ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଥିବା ଏକ ସୁନା ଦୋକାନ ବ୍ୟବସାୟୀଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବଂ ପରମୂହୂର୍ତ୍ତରେ ତାଙ୍କ ସଂସ୍ପର୍ଶରେ ଆସି ଅନ୍ୟ କିଛି ବ୍ୟକ୍ତି କରୋନା ଆକ୍ରାନ୍ତ ହେବାକୁ ନେଇ ଜିଲ୍ଲା ପ୍ରଶାସନ ସହରର ସମସ୍ତ ସୁନାଦୋକାନକୁ ବନ୍ଦ କରିଥିଲା । ଏହା ମଧ୍ୟରେ ୧୪ ଦିନ ବିତି ସାରିଥିବାରୁ ଆସନ୍ତାକାଲିଠାରୁ ସହରରେ ଥିବା ସମସ୍ତ ସୁନାଦୋକାନ ଖୋଲିବାକୁ ଜିଲ୍ଲାପ୍ରଶାସନ ଅନୁମତି ଦେଇଛନ୍ତି । ଏଥିପାଇଁ ଅନେକ ନୀତିନିୟମ ଲାଗୁ କରାଯାଇଛି । କୋଭିଡ୍ ନିୟମକୁ ସମସ୍ତ ସୁନା ଦୋକାନୀ ପାଳନକୁ ବାଧ୍ୟ ବୋଲି କୁହାଯାଇଛି । ଦୋକାନରେ କମ ସଂଖ୍ୟାକ କର୍ମଚାରୀ ରଖିବା ସହ ଗହଳୀ ନକରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ଦୋକାନ ବାହାରେ ସାନିଟାଇଜର୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଥିବା ବେଳେ ଯଦି କୈାଣସି କର୍ମଚାରୀ କିମ୍ବା ବ୍ୟବସାୟୀଙ୍କ ଲକ୍ଷଣ ଦେଖାଗଲା ତେବେ ପୈାର ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିବାକୁ କୁହାଯାଇଛି ।





