Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ୍‌ରେ ଆସି ସୁନା ଚେନ୍‌ ଝାମ୍ପି ନେଲେ

by ସଞ୍ଜୟ ସ୍ୱାଇଁ
January 11, 2025
in Crime, State
ବାଇକ୍‌ରେ ଆସି ସୁନା ଚେନ୍‌ ଝାମ୍ପି ନେଲେ
124
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ବାଇକ୍‌ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ । ଦେଖୁଦେଖୁ ଦୁଇ ଲୁଟେରା ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ଏବେ ସେମାନଙ୍କୁ ଧରିବାକୁ ଚଢ଼ାଉକୁ ଜୋରଦାର କରିଛି। ଏପରି ଏକ ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଜଣକ ହେଲେ ପୁନମ ଖଣ୍ଡେଲୱାଲ । ପୁନମ ଆଜି ସକାଳେ ନିଜ ପରିବାର ସଦସ୍ୟଙ୍କ ସହ ମନ୍ଦିର ଯାଇଥିଲେ। ସେଠାରୁ ଫେରିବା ବେଳେ ହଠାତ୍‌ ପଛରୁ ଏକ ବାଇକ୍‌ରେ ଦୁଇ ଯୁବକ ଆସିଲେ। ସେମାନଙ୍କ ମଧ୍ୟରୁ ଜଣେ ପୁନମଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇନେଲେ। ଏହାଦେଖି ପୁନମ ଚିତ୍କାର କରିବା ସହ ସେମାନଙ୍କ ପିଛା କରିଥିଲେ। ମାତ୍ର ସେମାନେ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ। ପୁନମ ଏ ସଂକ୍ରାନ୍ତରେ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ୍‌ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ତନାଘନା ଆରମ୍ଭ କରିଛି। ଆଜି ଗୋଟିଏ ଦିନରେ ବାରିପଦା ସହରର ଭିନ୍ନଭିନ୍ନ ସ୍ଥାନରେ ୩ଟି ଛିନତାଇ ହୋଇଥିବା ଖବର ମିଳିଛି । ଅନ୍ୟପଟେ ପ୍ରତିଥର ପରି ଏଥର ମଧ୍ୟ ପୁଲିସ କୌଣସି ପ୍ରତିକ୍ରିୟା ରଖି ନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!