ବ୍ରହ୍ମପୁର, (ବାଘୁଆବାର୍ତ୍ତା): ରେଶମ ସହର ବ୍ରହ୍ମପୁରରେ ମାତିଲେ ଲୁଟେରା । ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି, ଲୁଟିନେଲେ ୩ ଲକ୍ଷ ଟଙ୍କା । କେବଳ ଟଙ୍କା ଲୁଟ୍ କରିନାହିଁନ୍ତି ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ୨ରୁ ୩ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି । ଏନେଇ ଅଭିଯୋଗ କରିଛନ୍ତି ଗୁରୁତରଙ୍କ ସମ୍ପର୍କୀୟ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁନା ଚନ୍ଦ୍ର ଖଟୁଆ ଓରଫ ଟିଙ୍ଗିରି । ଗୋଳନ୍ତରା ଥାନା ହଳଦିଆ ପଦର ଜାତୀୟ ରାଜପଥରେ କନିସି ହାଟ ଗୁଣ୍ଡିଚା ନଗରରେ ଘଟିଛି ଏମିତି ଅଘଟଣ । ଟିଙ୍ଗିରି ରାସ୍ତାରେ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଟିଙ୍ଗିରଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ହାତ ପାପୁଲିକୁ ହାଣିଦେଇଥିଲେ ଦୁର୍ବୃତ୍ତ । ଟିଙ୍ଗିରିଙ୍କ ଅବସ୍ଥା ଗୁରୁତର ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଏମ କେ ସି ଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।





