Saturday, October 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଷ କ୍ରିୟା ଯୋଗୁଁ ଦମ୍ପତ୍ତି ମୃତ ଘଟଣା, ଗ୍ରାମବାସୀ ଦ୍ୱାରା ୩ ଅଟକ

by Anil Panda
June 21, 2020
in Breaking, Crime
ବିଷ କ୍ରିୟା ଯୋଗୁଁ ଦମ୍ପତ୍ତି ମୃତ ଘଟଣା, ଗ୍ରାମବାସୀ ଦ୍ୱାରା ୩ ଅଟକ
27
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : ଗତ କିଛିଦିନ ତଳେ ଖଣ୍ଡପଡ଼ା ବ୍ଳକ ଅଧିନ ବୋଦସା ପଂଚାୟତର ଗୋଲା ବୋଦସା ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ପତି-ପତ୍ନୀଙ୍କର ଅକାଳ ମୃତ୍ୟୁ ହେବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି । ଏହି ଘଟଣାରେ ସଂପୃକ୍ତି ଥିବା ସନ୍ଦେହରେ ଗ୍ରାମବାସୀ ୩ ଜଣଙ୍କୁ ଅଟକ ରଖିଛନ୍ତି । ଏହି ତିନିଜଣ ହେଲେ ମୃତ ମହିଳାଙ୍କ ଯାଆ ନର୍ମଦା ସ୍ୱାଇଁ, ଏବଂ ନର୍ମଦାଙ୍କ ଭିଣୋଇ ତଥା ଅବସରପ୍ରାପ୍ତ ଶିକ୍ଷକ ହରିହର ପ୍ରଧାନ, ହରିହରଙ୍କ ପôତୀ ସୁକାନ୍ତି ପ୍ରଧାନ । ଜାଗାବାଡ଼ିକୁ କେନ୍ଦ୍ର କରି ଖାଦ୍ୟରେ ବିଷ ଦେଇ ଏମାନେ ବୃଦ୍ଧ ଦମ୍ପତ୍ତିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଗୋଲାବୋଦସା ଗ୍ରାମର ଭାଗିରଥି ସ୍ୱାଇଁ (୬୦ ବର୍ଷ)ଙ୍କ ଘରେ ରଜ ସଂକ୍ରାନ୍ତି ଅବସରରେ ସୁସ୍ୱାଦୁ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଭାଗିରଥି ଓ ତାଙ୍କ ପତ୍ନୀ କୈାଶଲ୍ୟା ସ୍ୱାଇଁ(୫୪)ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଭାଗିରଥିଙ୍କ ୨ପୁଅ ବାହାରେ ରହୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଊଭୟ ପତି-ପତ୍ନୀଙ୍କୁ ଆଶୁ ଚିକିତ୍ସା ନିମନ୍ତେ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ମାତ୍ର ଡ଼ାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଭୁବନେଶ୍ୱର ୬ନଂ ସ୍ଥିତ କ୍ୟାପିଟାଲ ହସପିଟାଲକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ କୈାଶଲ୍ୟାଙ୍କର ସୋମବାର ସନ୍ଧ୍ୟା ୮ଟାରେ ମୃତ୍ୟୁ ହୋଇଥିବା ବେଳେ ଭାଗିରଥିଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସନ୍ଦେହ ଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଗୋଲାବୋଦସା ଗ୍ରାମବାସୀ ଆଜି ତିନିଜଣଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିବା କହୁଥିବା ବେଳେ ଖଣ୍ଡପଡ଼ା ଥାନା ଅଧିକାରୀ ବିମଳ ମଲ୍ଲିକ ଘଟଣାକୁ ଅଶ୍ୱୀକାର କରିଛନ୍ତି । ଗ୍ରାମବାସୀ କିଛି ଲୋକଙ୍କ ନାମରେ ଅଭିଯୋଗ କରୁଛନ୍ତି, ମାତ୍ର ଏଯାଏଁ ଏତଲା ଦେଇ ନାହାନ୍ତି ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ପୁଲିକୁ ଗ୍ରାମବାସୀ କାହାକୁ ହସ୍ତାନ୍ତର କରି ନାହାନ୍ତି ବୋଲି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!