Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଷ କ୍ରିୟା ଯୋଗୁଁ ଦମ୍ପତ୍ତି ମୃତ ଘଟଣା, ଗ୍ରାମବାସୀ ଦ୍ୱାରା ୩ ଅଟକ

by Anil Panda
June 21, 2020
in Breaking, Crime
ବିଷ କ୍ରିୟା ଯୋଗୁଁ ଦମ୍ପତ୍ତି ମୃତ ଘଟଣା, ଗ୍ରାମବାସୀ ଦ୍ୱାରା ୩ ଅଟକ
26
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : ଗତ କିଛିଦିନ ତଳେ ଖଣ୍ଡପଡ଼ା ବ୍ଳକ ଅଧିନ ବୋଦସା ପଂଚାୟତର ଗୋଲା ବୋଦସା ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ପତି-ପତ୍ନୀଙ୍କର ଅକାଳ ମୃତ୍ୟୁ ହେବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି । ଏହି ଘଟଣାରେ ସଂପୃକ୍ତି ଥିବା ସନ୍ଦେହରେ ଗ୍ରାମବାସୀ ୩ ଜଣଙ୍କୁ ଅଟକ ରଖିଛନ୍ତି । ଏହି ତିନିଜଣ ହେଲେ ମୃତ ମହିଳାଙ୍କ ଯାଆ ନର୍ମଦା ସ୍ୱାଇଁ, ଏବଂ ନର୍ମଦାଙ୍କ ଭିଣୋଇ ତଥା ଅବସରପ୍ରାପ୍ତ ଶିକ୍ଷକ ହରିହର ପ୍ରଧାନ, ହରିହରଙ୍କ ପôତୀ ସୁକାନ୍ତି ପ୍ରଧାନ । ଜାଗାବାଡ଼ିକୁ କେନ୍ଦ୍ର କରି ଖାଦ୍ୟରେ ବିଷ ଦେଇ ଏମାନେ ବୃଦ୍ଧ ଦମ୍ପତ୍ତିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଗୋଲାବୋଦସା ଗ୍ରାମର ଭାଗିରଥି ସ୍ୱାଇଁ (୬୦ ବର୍ଷ)ଙ୍କ ଘରେ ରଜ ସଂକ୍ରାନ୍ତି ଅବସରରେ ସୁସ୍ୱାଦୁ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଭାଗିରଥି ଓ ତାଙ୍କ ପତ୍ନୀ କୈାଶଲ୍ୟା ସ୍ୱାଇଁ(୫୪)ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଭାଗିରଥିଙ୍କ ୨ପୁଅ ବାହାରେ ରହୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଊଭୟ ପତି-ପତ୍ନୀଙ୍କୁ ଆଶୁ ଚିକିତ୍ସା ନିମନ୍ତେ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ମାତ୍ର ଡ଼ାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଭୁବନେଶ୍ୱର ୬ନଂ ସ୍ଥିତ କ୍ୟାପିଟାଲ ହସପିଟାଲକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ କୈାଶଲ୍ୟାଙ୍କର ସୋମବାର ସନ୍ଧ୍ୟା ୮ଟାରେ ମୃତ୍ୟୁ ହୋଇଥିବା ବେଳେ ଭାଗିରଥିଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସନ୍ଦେହ ଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଗୋଲାବୋଦସା ଗ୍ରାମବାସୀ ଆଜି ତିନିଜଣଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିବା କହୁଥିବା ବେଳେ ଖଣ୍ଡପଡ଼ା ଥାନା ଅଧିକାରୀ ବିମଳ ମଲ୍ଲିକ ଘଟଣାକୁ ଅଶ୍ୱୀକାର କରିଛନ୍ତି । ଗ୍ରାମବାସୀ କିଛି ଲୋକଙ୍କ ନାମରେ ଅଭିଯୋଗ କରୁଛନ୍ତି, ମାତ୍ର ଏଯାଏଁ ଏତଲା ଦେଇ ନାହାନ୍ତି ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ପୁଲିକୁ ଗ୍ରାମବାସୀ କାହାକୁ ହସ୍ତାନ୍ତର କରି ନାହାନ୍ତି ବୋଲି କହିଛନ୍ତି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!