ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତ ଗୋଡ଼ିଆଳି ମା ବାଉତି କ୍ରିକେଟ କ୍ଳବ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ସେମିଫାଇନାଲରେ ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ, ଫାଇନାଲ ଦିବସରେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ ସରପଞ୍ଚ ପ୍ରତିନିଧି କବି ସ୍ୱାଇଁ, ସମିତିସଭ୍ୟ ଶୁଭେନ୍ଦୁ ମହାନ୍ତି,ମୁଥାଗାଡ଼ିଆ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ,ଚଣ୍ଡୀବସ୍ତ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ ।

ଫାଇନାଲ ଦିବସରେ ଖୁଣ୍ଟୁବନ୍ଧ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୩୫ ରନ କରିଥିବା ବେଳେ ରଘୁନାଥ ପ୍ରସାଦ ୧୭ ଓଭରରେ ସମସ୍ତ ଉଇକେଟ ହରାଇ ୧୦୪ ରନ କରିଥିଲେ । ଖୁଣ୍ଟୁବନ୍ଧ ସରପଞ୍ଚ ପ୍ରତିନିଧି କବି ସ୍ୱାଇଁ ବିଜୟୀ ଟିମ ରନର୍ସ ଟିମ ଖୁଣ୍ଟୁବନ୍ଧର କ୍ୟାପଟେନ ଅରଭେନ୍ଦୁ ପରିଡ଼ାଙ୍କୁ ଉଇନର ଭାବେ ୫ ହଜାର ୫ ଶହ ଓ ରନର୍ସ ଭାବେ ରଘୁନାଥପ୍ରସାଦ କ୍ୟାପଟେନ ରାଜେନ୍ଦ୍ର ବିଶ୍ୱାଳଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିଥିଲେ । ପ୍ରତ୍ୟେକ ଦିନ ମ୍ୟାଚ ପରିଚାଳନାରେ ସଞ୍ଜୟ କୁମାର ମହାନ୍ତି, ଗୋପୀନାଥ ସ୍ୱାଇଁ, ଚିନ୍ମୟ ସ୍ୱାଇଁ, ଶିବୁନ ସାହୁ ଓ ମ୍ୟାଚ ସ୍କୋରର ଭାବେ ପଞ୍ଚାନନ ମହାନ୍ତି, କାହ୍ନା ବେହେରା, ଜଗନ୍ନାଥ ସ୍ୱାଇଁ, ଜିତେନ୍ଦ୍ର ମହାନ୍ତି ସହଯୋଗ କରିଥିବା ବେଳେ ଗୋଡ଼ିଆଳି ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।







