Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତି ଅଧରେ ଗୋଦାମ ଗୃହରୁ ପିଡିଏସ୍ ଚୋରୀ, ପିଇଓଙ୍କ ନାମରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

by Sanjay Swain
May 12, 2021
in Crime
ରାତି ଅଧରେ ଗୋଦାମ ଗୃହରୁ ପିଡିଏସ୍ ଚୋରୀ, ପିଇଓଙ୍କ ନାମରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ
625
VIEWS
Share on FacebookShare on Twitter

ନୟାଗଡ଼ ,(ବାଘୁଆବାର୍ତ୍ତା): ରାତିଅଧିଆ ପଞ୍ଚାୟତ ଗୋଦାମ ଘରୁ ଲୁଟ୍ ହେଉଛି ପିଡିଏସ୍ ସାମଗ୍ରୀ । ଏହି ଲୁଟ୍ କରିବା ପଛରେ ହାତ ରହିଛି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ହାତ । ପିଡିଏସ ପାଇବାକୁ ଯୋଗ୍ୟ ଥିବା ହିତାଧିକାରୀ ମାନଙ୍କୁ ପିଡିଏସ୍ ସାମଗ୍ରୀ ଦିଆନଯାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାତି ଅଧିଆ ପଞ୍ଚାୟତ ଗୋଦାମ ଗୃହରୁ ଲୁଟ୍ କରୁଥିବା ନେଇ ଆଜି ଜିଲ୍ଲାପାଳଙ୍କ ପାଖରେ ଅଭଯୋଗ ହୋଇଛି । ଏଭଳି ଲୁଟ୍ ହେଉଥିବା ଘଟଣା ସାମ୍ନାକୁ ଆସିଛି କେରେଣ୍ଡାଟାଙ୍କି ପଞ୍ଚାୟତରୁ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କେରେଣ୍ଡାଟାଙ୍କି ପଞ୍ଚାୟତର କେତେକ ଜନସାଧାରଣ ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ପିଡିଏସ୍ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ କେରେଣ୍ଡାଟାଙ୍କି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନିଲ୍ ବେହେରା ହିତାଧିକାରୀ ମାନଙ୍କୁ ନଦେଇ ଗୋଦାମ ଗୃହରେ ଗଚ୍ଛିତ ରଖି ରାତି ଅଧିଆ ଅନ୍ୟତ୍ର ବିକ୍ରି କରୁଥିବା ଜଣାପଡୁଛି । ବାରମ୍ବାର ହିତାଧିକାରୀ ପିଡିଏସ୍ ସାମଗ୍ରୀ ପଞ୍ଚାୟତ ପିଇଓଙ୍କୁ ମାଗିଲେ ମଧ୍ୟ ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ । ପଞ୍ଚାୟତର ପିଇଓ ଦୁଇ ଜଣ ସହଯୋଗୀଙ୍କ ସହିତ ଚଳିତ ମାସର ୩ତାରିଖ ରାତ୍ର ସାଢେ ୮ଟା ସମୟରେ ପଞ୍ଚାୟତ ଗୋଦାମ ଗୃହରେ ଦୁଇଟି ବାଇକ୍ ଲଗାଇ ପିଡିଏସ୍ ସାମଗ୍ରୀ ଲୁଟି ନେଉଥିବା ବେଳେ ପଛରେ ଜଣେ ବ୍ୟକ୍ତି ଗୋଦାମ ଗୃହର ସଟର ପକଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏ ସଂପର୍କରେ ଜିଲ୍ଲାର ବ୍ଲକ୍ ପର୍ଯ୍ୟନ୍ତ ଓ ଯୋଗାଣ ବିଭାଗର କର୍ମଚାରୀ ଜାଣିଥିଲେ ମଧ୍ୟ ଘଣ୍ଟ ଘୋଡଉଥିବା ଜଣାପଡିଛି । ହିତାଧିକାରୀମାନେ ପିଡିଏସ୍ ସାମଗ୍ରୀ ପାଉନଥିବା ବେଳେ ପଞ୍ଚାୟତର ପିଇଓ ସୁନିଲ ବେହେରା ଖୋଲା ବଜାରରେ ପିଡିଏସ୍ ସାମଗ୍ରୀ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଛି । ଶେଷରେ ନୟାଗଡ଼ ଜିଲ୍ଲାପାଳଙ୍କ ପାଖରେ କେରେଣ୍ଡାଟାଙ୍କି ପଞ୍ଚାୟତର ସୁଜାତା ପାତାଳସିଂହ, ଲୋଚନ ପ୍ରଧାନ, ଶତ୍ରୁଘ୍ନ ପାତାଳସିଂହ, ସବିତା ପାତାଳସିଂହ, ସୁକାନ୍ତ ନାୟକ, ନିରାଶ ନାୟକ ପ୍ରମୁଖ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ, ଅଭିଯୋଗ ଆସିଛି ଏହାର ତଦନ୍ତ କରାଯିବ । ଜିଲ୍ଲା ପଞ୍ଚାୟତ ଅଧିକାରୀ ଡ଼ ରତିକାନ୍ତ ଆଚାର୍ଯ୍ୟ କୁହନ୍ତି , ପଞ୍ଚାୟତରୁ ପିଡିଏସ୍ ସାମଗ୍ରୀ ଲୁଟ୍ ହେଉଥିବା ନେଇ ମୋ ପାଖରେ ଅଭିଯୋଗ ଓ ଭାଇରାଲ ଭିଡିଓ ପହଞ୍ଚିଛି । ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!