Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓୟୁଏଟି ଛାତ୍ରାବାସରେ ଫସିଲା ନାଗ

by ସଞ୍ଜୟ ସ୍ୱାଇଁ
March 23, 2025
in State
ଓୟୁଏଟି ଛାତ୍ରାବାସରେ ଫସିଲା ନାଗ
107
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓୟୁଏଟି କୃଷି ମହାବିଦ୍ୟାଳୟର ଗୋଦାବରୀଶ ଛାତ୍ରାବାସରେ ଥିବା ଗାଧୁଆ ଘର ପାଣି ନିଷ୍କାସନ ଜାଲି ଭିତରୁ ଏକ ନାଗ ସାପ ଉଦ୍ଧାର ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଛାତ୍ର ପରିସ୍ରା କରିସାରି ଗୋଡ ଧୋଇବା ପାଇଁ ଗାଧୁଆ ଘରକୁ ଗଲା ବେଳେ ଉକ୍ତ ସାପକୁ ଦେଖିଥିଲେ। ପାଣି ନଳା ପାଖରେ ଥିବା ଜାଲି ଭିତରେ ସାପ ମୁଣ୍ଡ ଭର୍ତ୍ତି କରିଥିବା ଦେଖି ଛାତ୍ର ଭୟରେ ବାହାରକୁ ଦଉଡ଼ି ଆସି ହଷ୍ଟେଲର ଅନ୍ୟପିଲାଙ୍କୁ ଡାକ ପକାଇଥିଲେ । ଖବର ପାଇ ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ ଅରୁଣ ବରାଳ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ପ୍ରାୟ ୪ ଫୁଟ ଲମ୍ୱ ନାଗ ସାପର ମୁଣ୍ଡ ଷ୍ଟିଲ୍‌ ଜାଲିରେ ଫସିଥିଲା । ତେଣୁ ଶାବଳ ସହାୟତାରେ ଉକ୍ତ ଜାଲିକୁ ତାଡି ସେହି ଅବସ୍ଥାରେ ହିଁ ସାପକୁ ବ୍ୟାଗ୍‌ରେ ଭର୍ତ୍ତି କରି ନେଇ ଆସିଥିଲେ ଅରୁଣ । ଶନିବାର ସକାଳେ ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଏବଂ ଅରୁଣ ମିଶି ମେଟାଲ୍‌ କଟର ସାହାଯ୍ୟରେ ଷ୍ଟିଲ ଜାଲିକୁ କାଟି ସାପକୁ ଉଦ୍ଧାର କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!