ନୟାଗଡ଼,(ବାଘୁଆବାର୍ତ୍ତା): ଇଟାମାଟି ଥାନା ପରିସରରେ ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ କୋଭିଡ୍ ନିୟମ ପାଳନ କରି ପାଳିତ ହୋଇଯାଇଛି । ସୂଚନାନୁସାରେ, ଚଳିତ ଫାଲଗୁନ ମାସ ଶୁକ୍ଳପକ୍ଷ ପାପନାଶିନୀ ଏକାଦଶୀ ଦିନ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପରିସରରେ ଥିବା ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବାର୍ଷିକ ଉତ୍ସବରେ ଥାନା ଅଧିକାରି ଦିପକ୍ କୁମାର ଖଣ୍ଡାୟତରାୟ କର୍ତ୍ତା ଭାବେ ହୋମଯଜ୍ଞ ବସିଥିବା ବେଳେ ନାମ ସଂକୀର୍ତ୍ତନ କରାଯାଇଥିଲା । ଏଥିରେ ପୁଲିସ ବିଭାଗ ବହୁ ଜିଲ୍ଲାର ଉଚ୍ଚପଦସ୍ତ ଅଧିକାରୀ, ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବି ପ୍ରମୁଖ ସାମିଲ ହୋଇଥିଲେ ।






