ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓ ଆଖପାଖ ଜିଲ୍ଲାରୁ ଗୋଚାଲାଣର ବିରାଟ ର୍ୟାକେଟ୍ କାମ କରୁଥିବା ଘଟଣା ଆଜି ସମାନାକୁ ଆସିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଖଣ୍ଡପଡ଼ା ଥାନା କଣ୍ଟିଲୋ ଫାଣ୍ଡି ପୁଲିସ ୭ଟି କଣ୍ଟେନର ସମେତ ୧୦ ଟି ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି । ଏହି ଘଟଣାରେ ସଂପୃକ୍ତ ମାଫିଆ ଏବଂ ଅନେକ ଡ୍ରାଇଭର ଖସି ଯିବାରେ ସକ୍ଷମ ହୋଇଥିବା ବେଳେ କଣ୍ଟିଲୋ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ପ୍ରାରମ୍ଭିକ ସୂଚନା ମିଳିଛି । ଖବରଅନୁସାରେ, ବଡ଼ ବାଣପୁର ଅଂଚଳରେ ଥିବା ବାରଖୋଲ ଜଙ୍ଗଲରୁ ଗୋରୁ ବୋଝେଇ ଅବସ୍ଥାରେ ଗାଡ଼ି ଗୁଡ଼ିକ ଜବତ କରାଯାଇଛି । ଏଥିରୁ ୮୮ଟି ଗୋରୁକୁ ଉଦ୍ଧାର କରାଯାଇ ଗୋ ଶାଳାକୁ ପଠାଇ ଦିଆଯାଇଛି ।





