Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୩୭ ତମ ଜୟନ୍ତୀ

by ସଞ୍ଜୟ ସ୍ୱାଇଁ
April 12, 2021
in Feature News
ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୩୭ ତମ ଜୟନ୍ତୀ
100
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶା ନାଟ୍ୟ ଜଗତର ମହାନ ନାଟ୍ୟକାର ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୩୭ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ପୌର ପରିଷଦ ସଭାଗୃହରେ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ନୟାଗଡ଼ ମୈତ୍ରୀ ଯୁବ ସଂସଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ସ୍ୱତନ୍ତ୍ର ସଭାରେ ଅତିଥି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର, ସାହିତ୍ୟ ଏକାଡେମୀର ନୟାଗଡ଼ ଜିଲ୍ଲା ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, କବି ନିର୍ମଳ ଚନ୍ଦ୍ର ଶୂରଦେଓ ପ୍ରମୁଖ ଯୋଗଦାନ କରି ନାଟ୍ୟରଥିଙ୍କ ବିଭିନ୍ନ କୃତି ଉପରେ ଆଲୋଚନା କରିଥିଲେ । ଏଥିରେ ମୈତ୍ରୀ ଯୁବସଂସଦ ସମ୍ପାଦକ ପ୍ରଦୀପ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ଶେଖ ଅବଦୁଲ ଖାଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଆଜି ପ୍ରତ୍ୟୁଷରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସାହିତ୍ୟାନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ବ୍ରଜେନ୍ଦ୍ର ହାଇସ୍କୁଲ ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ଜିଲ୍ଲା ଲେଖକ ପରିଷଦ ସଂପାଦକ ଶେଖ ଅବଦୁଲ ଖାଲିକ,ପରଂପରା ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ, ମୈତ୍ରୀ ଯୁବସଂସଦ ସଂପାଦକ ପ୍ରଦୀପ କୁମାର ସାହୁ, ଲକ୍ଷ୍ମୀଧର ସାହୁ, ଅଶୋକ ମଲ୍ଲ, ଉମାକାନ୍ତ ମିଶ୍ର, ନିରଂଜନ ମିଶ୍ର, ଲକ୍ଷ୍ମୀକାନ୍ତ ରଥ ପ୍ରମୁଖ ସାମିଲ ହୋଇ ନାଟ୍ୟରଥିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!