Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋବିନ୍ଦ ମିଶ୍ରଙ୍କ ୧୩୨ତମ ଜନ୍ମଜୟନ୍ତୀ ପାଳିତ

by ସଞ୍ଜୟ ସ୍ୱାଇଁ
December 31, 2019
in Entertainment
ଗୋବିନ୍ଦ ମିଶ୍ରଙ୍କ ୧୩୨ତମ ଜନ୍ମଜୟନ୍ତୀ ପାଳିତ
24
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାର ପ୍ରଥମ ଗାନ୍ଧିବାଦୀ ନେତା ତଥା ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରାବନ୍ଧିକ ବିପ୍ଲବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ୧୩୨ତମ ଜନ୍ମ ଜୟନ୍ତୀ ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସମାଜସେବୀ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଏବଂ ଓଡିଶା ପୂଜ୍ୟପୁଜ୍ୟା ସଂସ୍କୃତି ସୁରକ୍ଷା ଅଭିଯାନ ଓ ନ୍ୟାସନାଲ ହ୍ୟୁମାନ ୱେଲ୍ଫେୟାର ବୋର୍ଡ଼ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ହ୍ୟୁମାନ େଓଲଫେୟାର ବୋର୍ଡ ଅଧକ୍ଷ ଶାରଦା ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଓ ଆଦର୍ଶକୁ ଅନୁଶୀଳନ କରିବାରେ ଶ୍ରୀ ମିଶ୍ରଙ୍କର ଅତୁଳନୀୟ ଭୂମିକା ଥିଲା ବୋଲି କହିଥିଲେ । ଓଡ଼ିଶାର ପ୍ରଥମ ଗାନ୍ଧିବାଦୀ ନେତା ତଥା ମହାନ୍ ପ୍ରାବନ୍ଧିକ ଭାବେ ନୟାଗଡ ଦଶପଲ୍ଲାର ବରପୁତ୍ର ଗୋବିନ୍ଦ ମିଶ୍ରଙ୍କର ଜାତୀୟସ୍ତରରେ ଅନେକ ସୁଖ୍ୟାତି ରହିଛି । ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଏବଂ ସମାଜସେବୀ ଶ୍ରୀ ମହାପାତ୍ର ଏହି ଅବସରରେ ଶ୍ରୀ ମିଶ୍ରଙ୍କର ଆଗାମୀ ଦିନରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଦାବି କରିଥିଲେ । ଏହି ଦାବିକୁ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଆଗାମୀ ଦିନରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଶତପଥୀ ଘୋଷଣା କରିଥିଲେ । ଏହି ଅବସରରେ ସମାଜସେବୀ ନିରଞ୍ଜନ ସାହୁ, ବିଶ୍ୱଜିତ ରଣା, ଶିକ୍ଷାବିତ୍ ଡ. ରଜନୀକାନ୍ତ ତରାଇ, କଳାକାର ଶେଖ୍ ଗୁଲଜାର ହୁସେନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର କର୍ମକର୍ତ୍ତା ତଥା ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋବିନ୍ଦ ମିଶ୍ରଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ସଂଗ୍ରାମ ବଳିଆରସିଂ, ବି. ମୁରଲୀଧର, ଜ୍ୟୋତିରଞ୍ଜନ ସାହୁ, ସଦାଶିବ ନାୟକ, ସତ୍ୟପ୍ରିୟ କର, ସୁଧାଂଶୁ ଶେଖର ସାହୁ, ବିଜୟ ପ୍ରଧାନ, ପ୍ରସନ୍ନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!