Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଙ୍କଟରେ ଗୋଆ, ଚଟାଣରେ ରୋଗୀ, ଅକ୍ସିଜେନ ଅଭାବରେ ୭୪ ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
May 14, 2021
in Health, NATIONAL NEWS
ସଙ୍କଟରେ ଗୋଆ, ଚଟାଣରେ ରୋଗୀ, ଅକ୍ସିଜେନ ଅଭାବରେ ୭୪ ମୃତ୍ୟୁ
200
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଦେଶରେ ଅକ୍ସିଜେନ ଅଭାବର ଆଉ ଏକ ଦୁଃଖଦ ଘଟଣା । ଗୋଆର ସବୁଠାରୁ ବଡ଼ କୋଭିଡ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଛି । ଅମ୍ଳଜାନ ଅଭାବରୁ ‘ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ’ ରେ ୭୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଗତରାତିରୁ ୨ଟାରୁ ଆଜି ସକାଳ ୬ଟା ମଧ୍ୟରେ ୧୩ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଗୁରୁବାର ବଡି ଭୋର ସୁଦ୍ଧା ଅନ୍ୟ ୧୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିପରି, ମଙ୍ଗଳବାର ଦିନ ୨୬ ଜଣ ଏବଂ ବୁଧବାର ଦିନ ୨୦ ଜଣ ବ୍ୟକ୍ତି ମୃତ୍ୟୁମୁଖରେ ପଡିଥିଲେ । ଏ ସପ୍ତାହର ପ୍ରାରମ୍ଭରେ ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାସ୍ୱନ୍ତ କହିଛନ୍ତି, ସମ୍ଭବତଃ, ଡାକ୍ତରୀ ଅମ୍ଳଜାନ ଉପଲବ୍ଧତା ଏବଂ ଯୋଗାଣ କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ରାଜ୍ୟରେ ଅକ୍ସିଜେନ ଅଭାବ ନାହିଁ ବୋଲି ସେ ଗୁରୁତ୍ୱାରୋପ କରି କହିଛନ୍ତି । ମୁଖ୍ୟମନ୍ତ୍ରୀ ସାୱନ୍ତଙ୍କ ଦୃଢ଼ୋକ୍ତି କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ଦିନ ଗୋଆର ପ୍ରମୁଖ ସଚିବ ପିକେ ଗୋଏଲ କେନ୍ଦ୍ର ସରକାରଙ୍କୁ ଲେଖିଥିବା ପତ୍ରର ବିରୁଦ୍ଧାଚରଣ କରୁଛି । ଉକ୍ତ ପତ୍ରରେ ପ୍ରମୁଖ ସଚିବ ଗୋଏଲ ଲେଖିଥିଲେ ଯେ, ମେ ୧ରୁ୧୦ ତାରିଖ ମଧ୍ୟରେ ମହାରାଷ୍ଟ୍ରର କୋହ୍ଲାପୁରରୁ ଆବଣ୍ଟିତ ହୋଇଥିବା ୧୧୦ ମେଟ୍ରିକଟନ ଅମ୍ଳଜାନରୁ ରାଜ୍ୟ ମାତ୍ର ୬୬.୭୪ ମେଟ୍ରିକ ଟନ ପାଇଛି । ଏଭଳି ସଙ୍କଟକ୍ଷଣରେ କୋହ୍ଲାପୁର ସମୁଦାୟ ମେଡିକାଲ ଅକ୍ସିଜେନର ମାତ୍ର ୪୦% ଗୋଆକୁ ପଠାଇଛି । ଅନ୍ୟୁନ ଗୋଟିଏ ସପ୍ତାହ ପାଇଁ ୧୧ ମେଟ୍ରିକ ଟନ ପରିବର୍ତ୍ତେ ଦୈନିକ ୨୨ ମେଟ୍ରିକ ଟନ ଡାକ୍ତରୀ ଅମ୍ଳଜାନ ଦିଆଯିବା ଉଚିତ ବୋଲି ବିଜେପି ଶାସିତ ଗୋଆ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛି । ତେଣେ, ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲ ରୋଗୀପୂର୍ଣ୍ଣ ହୋଇଯାଇଥିବାରୁ ନୂଆ ରୋଗୀଙ୍କ ପାଇଁ ସେଠାରେ ଆଉ ସ୍ଥାନ ନାହିଁ । ଶେଷ ଥର ପାଇଁ ଯେଉଁ କେତେଜଣ ରୋଗୀ ଭର୍ତ୍ତି ହୋଇଥିଲେ ସେମାନଙ୍କୁ ଶଯ୍ୟା ପରିବର୍ତ୍ତେ ଚଟାଣରେ ଶୁଆଇ ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!