ନୟାଗଡ଼,(ବାଘୁଆବାର୍ତ୍ତା): ନୂଆଗାଁ ବ୍ଲକ ଡେଭଲମେଣ୍ଟ ସେସ୍କନ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଡ କାହ୍ନୁଚରଣ ଜେନାଙ୍କୁଧମକ ଦେଇ ଚାନ୍ଦା ଆଦାୟ କରିବା ଘଟଣାରେ ଆଜି ନୂଆଗାଁ ପୁଲିସ ୪ ଜଣ ଅସଲି ଓ ନକଲି ସାମ୍ବାଦିକଙ୍କୁ କୋର୍ଟ ଚାଲାଣ କରିଛି । ଏହି ବ୍ୟକ୍ତିମାନେ ହେଲେ ଦଶପଲ୍ଲା ଥାନା ଅନ୍ତର୍ଗତ କାଦୁଆ ଅମଲାପଡ଼ାର ପ୍ରମୋଦ କୁମାର ମହାନ୍ତି, ମହାବୀରସାହିର ଦିନେଶ ସିଠ, ମହାବୀରସାହିର ଜିତେନ୍ଦ୍ର ସ୍ୱାଇଁ ଏବଂ ନୂଆଗାଁ ଥାନା ବାଲାଣ୍ଡା ଅଞ୍ଚଳରେ ଦିପୁ ରାଉତ ବୋଲି ଜଣାପଡ଼ିଛି । ଶନିବାର ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟରେ ଏହି ବ୍ୟକ୍ତିମାନେ କାହ୍ନୁଚରଣଙ୍କୁ ଧମକ ଦେଇ ୫ ହଜାର ଟଙ୍କା ଚାନ୍ଦା ମାଗିଥିଲେ । ବହୁ କାକୁତି ମୀନତି ପରେ ଉକ୍ତ ବ୍ୟକ୍ତିମାନେ ତାଙ୍କୁ ଫୋନ୍ ପେ ମାଧ୍ୟମରେ ୨ ହଜାର ଟଙ୍କା ଦେବାକୁ ଦାବି କରିଥିଲେ । କାହ୍ନୁ ଚରଣ ତାଙ୍କୁ ୨ ହଜାର ଟଙ୍କା ଦେବା ପରେ ସେଠାରୁ ଚାଲି ଯାଇଥିଲେ । ସେମାନଙ୍କ ବେକରେ ନିତିଦିନ, ଏଏନ୍ଆଇ ଖବରଓଡ଼ିଶା, ଗୁଗୁଲି ଓ ସମ୍ପର୍କ ପ୍ରେସ ପରିଚୟ ରହିଥିଲା । କାହ୍ନୁଙ୍କ ଅଭିଯୋଗ ଆଧାରରେ ପୁଲିସ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି ।





