Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟସଭା ଯିବେ କମଲ ହାସନ

by ସଞ୍ଜୟ ସ୍ୱାଇଁ
May 30, 2025
in NATIONAL NEWS
ରାଜ୍ୟସଭା ଯିବେ କମଲ ହାସନ
57
VIEWS
Share on FacebookShare on Twitter

ଚେନ୍ନାଇ, (ବାଘୁଆବାର୍ତ୍ତା): ଦ୍ୱିତୀୟ ଇଂନିସ ଆରମ୍ଭ କରିବେ ତାମିଲ ଅଭିନେତା କମଲ ହାସନ। ଖୁବ୍ଶୀଘ୍ର ସେ ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ହେଉଛି। ୨୦୨୪ ମସିହା ଲୋକସଭା ନିର୍ବାଚନ ପୂର୍ବରୁ ଷ୍ଟାଲିନଙ୍କ ଡିଏମକେ ଏବଂ କମଲ ହାସନଙ୍କ ଏମଏନଏମ ଭିତରେ ମେଣ୍ଟ ହୋଇଥିଲା । ଆଉ ମେଣ୍ଟ ଧର୍ମ ପାଳନ କରି ଏବେ କମଲ ହାସନଙ୍କ ଦଳ ପାଇଁ ଗୋଟିଏ ରାଜ୍ୟସଭା ସିଟ୍ ଛାଡ଼ିଦେଇଛି ଡିଏମକେ । ଯାହାକି ଷ୍ଟାଲିନଙ୍କୁ ଫାଇଦା ଦେବ । ଆସନ୍ତା ଜୁନ୍ ୧୯ ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନରେ ତାମିଲନାଡୁରୁ ଖାଲି ହେବାକୁ ଥିବା ୬ଟି ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ । ସଂଖ୍ୟାବଳ ଦୃଷ୍ଟିରୁ ଏଠାରେ ଡିଏମକେ ୪ଟି ସିଟ୍ ଜିତିବା ଏକପ୍ରକାର ପକ୍କା, ହେଲେ ତା’ ପରେ ବି ମେଣ୍ଟ ଧର୍ମ ପାଳନ କରି କମଲ ହାସନଙ୍କ ପାର୍ଟି ଏମଏନଏମ୍ ପାଇଁ ଗୋଟିଏ ସିଟ୍ ଛାଡ଼ିଦେଇଛି ଡିଏମକେ । ତେଣୁ ଏହି ସିଟରୁ କମଲ ହାସନ ରାଜ୍ୟସଭାକୁ ଯିବା ପକ୍କା ବୋଲି ଜଣାପଡୁଛି । ହେଲେ ଡିଏମକେ, କମଲ ହାସନଙ୍କୁ ଗୋଟିଏ ରାଜ୍ୟସଭା ସିଟ୍ ଛାଡ଼ିଦେବା ଦଳ ପାଇଁ କେତେ ଲାଭଦାୟକ ହେବ, ତାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି? ଏହା ପଛର କାରଣ ହେଉଛି, ତାମିଲ-କନ୍ନଡ ଭାଷାକୁ ନେଇ ମନ୍ତବ୍ୟ ଦେବା ଘଟଣାରେ ଏବେ ବିବାଦ ଭିତରେ ଫସିଛନ୍ତି କମଲ ହାସନ । ନିଜ ଫିଲ୍ମ ‘ଠଗ୍ ଲାଇଫ୍’ ରିଲିଜ୍ ସମୟରେ କମଲ ହାସନ କହିଥିଲେ, କନ୍ନଡ ଭାଷା ତାମିଲ ଭାଷାରୁ ହିଁ ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି । ଏମିତି କି, ବିଜେପି ଆଉ କଂଗ୍ରେସ ମଧ୍ୟ ଏହି ବୟାନକୁ ନେଇ କମଲ ହାସନଙ୍କୁ ବିରୋଧ କରୁଥିବାବେଳେ, ଡିଏମକେ କିନ୍ତୁ ଏଭଳି ସମୟରେ କମଲ ହାସନଙ୍କୁ ରାଜ୍ୟସଭା ପାଇଁ ବାଟ ଛାଡ଼ିଛି । ତେଣୁ ଚର୍ଚ୍ଚା ହେବା ସ୍ୱାଭାବିକ ଯେ, ଏହା ପଛରେ ଡିଏମକେର ଫାଇଦା ନିଶ୍ଚୟ । ସୁପରଷ୍ଟାର୍ କଲମ ହାସନଙ୍କ ଫିଲ୍ମ କ୍ୟାରିୟର୍ ବେଶ୍ ସଫଳ । ଦକ୍ଷିଣୀ ଫିଲ୍ମ ସହ ବିଲଉଡ୍ରେ ସେ ବେତାଜ ବାଦଶାହ ଭଳି ଖ୍ୟାତି ଅର୍ଜନ କରିଥିଲେ । ହେଲେ ପଲିଟିକାଲ୍ କ୍ୟାରିୟରରେ ସେତେଟା ଖାସ୍ ଉପଲବ୍ଧି ହାସଲ କରିପାରିନାହାନ୍ତି । ହେଲେ ଏଭଳି ସମୟରେ ବି, କମଲ ହାସନଙ୍କ ବୁଡ଼ିଯାଉଥିବା ରାଜନୈତିକ କ୍ୟାରିୟରର ଡଙ୍ଗାକୁ, କୁଟା ଖିଅ ଭଳି ସାହା ହୋଇଛନ୍ତି ଡିଏମକେ ନେତା ଏମକେ ଷ୍ଟାଲିନ୍ । ଏମିତି କି କନ୍ନଡ଼ ଭାଷାକୁ ନେଇ ବିବାଦ ଭିତରେ ଫସିଥିଲେ ବି, କମଲ ହାସନଙ୍କୁ ରାଜ୍ୟସଭା ଯିବା ପାଇଁ ବାଟ ଛାଡ଼ିଦେଇଛି ଡିଏମକେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!