ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଗୋ ଏୟାର ରୂପରେ ସ୍ଥାପିତ, ଗୋ ଫାଷ୍ଟ ଟୋକିଓ ଅଲିମ୍ପିକ ମେଡାଲ ଜିତିଥିବା ଭାରତୀୟ ଖେଳାଳିଙ୍କୁ ଖାସ୍ ଅଫର ଦେଇଛି। ଗୋ ଫାଷ୍ଟ ଆଗାମୀ ୫ ବର୍ଷ ପର୍ୟ୍ୟନ୍ତ ୨୦୨୫ ପର୍ୟ୍ୟନ୍ତ ଅଲିମ୍ପିକ ମେଡାଳ ଓ୍ବିନରଙ୍କୁ ମାଗଣାରେ ବିମାନ ଯାତ୍ରା କରାଇବେ। ଅଲିମ୍ପିକ ୨୦୨୦ ରେ ଭାରତ ୭ଟି ପଦକ ଜିତିଥିଲା, ଯେଉଁଥିରେ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ସିଲଭର ଓ ୪ଟି ବ୍ରୋଞ୍ଜ ମେଡାଲ ରହିଛି। ନୀରଜ ଚୋପ୍ରା ଶନିବାର ପୁରୁଷଙ୍କ ଜାଭଲିନ୍ ଥ୍ରୋ ମୁକାବିଲାର ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତି ସ୍ବତନ୍ତ୍ର ଭାରତକୁ ଆଥଲେଟିକ୍ସରେ ପ୍ରଥମ ପଦକ ଦେଇଛନ୍ତି। ନୀରଜ ଚୋପ୍ରା ଗୋଲ୍ଡା ମେଡାଲ ଜିତି ଭାରତରକୁ ଦ୍ବିତୀୟ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଦେଇଛନ୍ତି। ଏହା ପୂର୍ବରୁ ଅଭିନବ ବିନ୍ଦ୍ରା ୨୦୦୮ ରେ ସୁଟିଂରେ ସ୍ବର୍ଣ୍ଣ ପଦକ ଜିତାଇଥିଲେ। ଅଲିମ୍ପକରେ ମୀରାବାଇ ଚାନୁ(ଭାରୋଉତ୍ତୋଳନ), ପିଭି ସିନ୍ଧୁ(ବ୍ୟାଡମିଣ୍ଟନ୍), ଲଭଲିନା ବୋରଗୋହେନ(ବକ୍ସିଂ), ପୁରୁଷ ହକି ଟିମ୍, ରବି କୁମାର ଦହିୟା(କୁସ୍ତୀ), ନୀରଜ ଚୋପ୍ରା(ଜାଭେଲିନ୍ ଥ୍ରୋ) ପ୍ରମୁଖ ପଦକ ବିଜେତାଙ୍କୁ ଗୋଷ୍ଟାଫ୍ ପକ୍ଷରୁ ଆଗାମୀ ୫ ବର୍ଷ ପାଇଁ କୌଣସି ଗୋଫାଷ୍ଟ ସେକ୍ଟର ପାଇଁ ମାଗଣା ବିମାନ ଯାତ୍ରା ପ୍ରଦାନ କରାଯିବ।






