Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୮ଟି ଚୋରା ବାଇକ ସହ ୩ ଲୁଟେରା ଗିରଫ, ଟାର୍ଗେଟରେ ଗ୍ଲାମର

by ସଞ୍ଜୟ ସ୍ୱାଇଁ
April 29, 2021
in Crime
୧୮ଟି ଚୋରା ବାଇକ ସହ ୩ ଲୁଟେରା ଗିରଫ, ଟାର୍ଗେଟରେ ଗ୍ଲାମର
456
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ଚାଉଳିଆଗଞ୍ଜ ଥାନା ପୁଲିସକୁ ମିଳିଛି ବଡ଼ ଧରଣର ସଫଳତା । ୩ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ୧୮ଟି ଚୋରା ବାଇକ ଜବତ କରିଛି ପୁଲିସ । କଟକର ଶିଶୁ ଭବନ, ଏସ ସି ବି ମେଡିକାଲ ଓ କୋର୍ଟ ନିକଟରୁ ରିତିମତ ଲୁଟ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଆଉ ଲୁଟେରାଙ୍କ ପସନ୍ଦ ରେ ଥିଲା ଗ୍ଲାମର ଗାଡ଼ି । ଆପଣ ହିରୋ ହୋଣ୍ଡା ଗ୍ଲାମର ଗାଡ଼ି ଚଢୁଛନ୍ତି କି ହୋଇ ଯାଆନ୍ତୁ ସାବଧାନ । କାରଣ ଲୁଟେରାଙ୍କ ଟାର୍ଗେଟରେ ଏବେ ଗ୍ଲାମର ଗାଡ଼ି । ଏଭଳି ତିନି ଜଣିଆ ଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି ଚାଉଳିଆଗଞ୍ଜ ଥାନା ପୁଲିସ । ଅଭିଯୁକ୍ତଙ୍କ ଠାରୁ ୧୮ଟି ବାଇକ ଜବତ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୩ଟି ଗ୍ଲାମର ଗାଡ଼ି ଥିବା କହିଛନ୍ତି ଡିସିପି । ହିରୋ ହୋଣ୍ଡା ଗ୍ଲାମର ଗାଡ଼ି ଖୋଲିବା ରେ ସହଜ ହେଉଥିବାରୁ ଗ୍ଲାମର ଗାଡ଼ି କୁ ଲୁଟେରା ମାନେ ଟାର୍ଗେଟ କରୁଥିବା ଡିସିପି ପ୍ରତୀକ ସିଂହ କହିଛନ୍ତି । ଲୁଟେରାମାନେ ଖାସକରି କଟକ ଏସ ସି ବି ମେଡିକାଲ, ଶିଶୁଭବନ ଓ କୋର୍ଟ ଅଞ୍ଚଳରୁ ଚୋରି କରୁଥିଲେ । ଏହି ଅଞ୍ଚଳରେ ଲୋକ ଭିଡ ରହୁଥିବା ସହ କାର୍ଯ୍ୟବ୍ୟସ୍ତ ରହୁଥିବାରୁ ଏହାର ସୁଯୋଗ ନେଇ ଏହି ଲୁଟେରାମାନେ ଲୁଟ କରୁଥିଲେ । ତେବେ ଗତକାଲି ଓଏମପି ଛକରେ ଗାଡ଼ି ଯାଞ୍ଚ ବେଳେ ଚୋରା ବାଇକ ନେଇ ଯାଉଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଖୋଲିଥିଲା ବାଇକ ଲୁଟେରା ଗ୍ୟାଙ୍ଗର ରହସ୍ୟ । ଗିରଫ ଅଭିଯୁକ୍ତ ମାନେ କଟକରୁ ବାଇକ ଚୋରି କରିବା ପରେ ଗ୍ରାମାଞ୍ଚଳରେ କମ ରେଟ ରେ ବିକ୍ରି କରୁଥିବା କହିଛନ୍ତି ଡିସିପି ପ୍ରତୀକ ସିଂହ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!