ନୟାଗଡ଼,(ବାଘୁଆବାର୍ତ୍ତା): ଜଣେ ମହିଳାଙ୍କ ପୋଡା ଶବ ଉଦ୍ଧାର କରିଛି ପୁଲିସ । ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ପୋଡ଼ି ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ସୂଚନାନୁସାରେ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଢେଇପଡ଼ା ଗାଁ ଦାମୋଦର ବିଶ୍ୱାଳ ୮ବର୍ଷ ହେବ ରାଜନଗର ବ୍ଲକ କାଳୁପଡ଼ା ଗାଁର ମନୋହର ବିଶ୍ୱାଳଟ ଝିଅ ଗୀତାଞ୍ଜଳୀକୁ ବିବାହ କରିଥିଲେ । ବିବାହର କିଛିବର୍ଷ ସୁରୁଖୁରରେ ସଂସାର ଚାଲିବା ପରେ ଶ୍ୱଶୁର ଘର ଲୋକମାନେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଆସୁଥିଲେ । ଆଜି ଝିଅ ପୋଡ଼ା ଶବ ଦେଖି ତାଙ୍କ ଶ୍ୱଶୁର ଘର ଲୋକ ପୋଡି ମାରିଦେଇ ଥିବା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି ।






