Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତାକାଲି ଜିଓ ଇମେଜିଙ୍ଗ୍ ସାଟେଲାଇଟ୍ -1 (GISAT-1) ର ଉତକ୍ଷେପଣ, ବାତ୍ୟା ବିପର୍ଯ୍ୟୟର ତଥ୍ୟ ଦେବ

by ସଞ୍ଜୟ ସ୍ୱାଇଁ
August 11, 2021
in NATIONAL NEWS, Technology
ଆସନ୍ତାକାଲି ଜିଓ ଇମେଜିଙ୍ଗ୍ ସାଟେଲାଇଟ୍ -1 (GISAT-1) ର ଉତକ୍ଷେପଣ, ବାତ୍ୟା ବିପର୍ଯ୍ୟୟର ତଥ୍ୟ ଦେବ
53
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଗୁରୁବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ରକେଟ୍ ବନ୍ଦରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଏହା ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି। ଏହି ରକେଟ ଭିତରେ ରହିଛି ଜିଓ ଇମେଜିଙ୍ଗ୍ ସାଟେଲାଇଟ୍ -1 (GISAT-1), ଯାହାର ନାମ ପରିବର୍ତ୍ତିତ ହୋଇ EOS-03 ରଖାଯାଇଛି। ଏହାର ଓଜନ ୪୧୬ ଟନ୍ ରହିଥିବା ବେଳେ ୫୧.୭୦ ମିଟର ଉଚ୍ଚତା ରହିଛି। ଏହି ରକେଟରେ ୨,୨୬୮ କିଲୋଗ୍ରାମ ଆର୍ଥ ଅବଜରଭେସନ୍ GISAT-୧ ରହିଛି। ଏହା ଉପରକୁ ଲଞ୍ଚ ହେବାର ମାତ୍ର ୧୮ ମିନିଟରେ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟ (GTO) ରେ ରଖାଯିବ। ଜିଓସାଟ -୧ ହେଉଛି ଦେଶର ପ୍ରଥମ ଉପଗ୍ରହ ଯାହା ପୃଥିବୀ ଉପରେ ପର୍ଯ୍ୟବେକ୍ଷଣ କରିବ। ଏହି ଉପଗ୍ରହ ବିଭିନ୍ନ ସମୟରେ ପୃଥିବୀକୁ ବିଭିନ୍ନ ଫଟୋ ଚିତ୍ର ପ୍ରଦାନ କରିବ। ଏହା ପ୍ରାକୃତିକ ବିପର୍ଯ୍ୟୟ, ବିଭିନ୍ନ ଘଟଣା ଉପରେ ଧାରାବାହିକ ଫଟୋ ଚିତ୍ର ଏବଂ ଯେକୌଣସି ସ୍ୱଳ୍ପକାଳୀନ ଘଟଣାକୁ ଶୀଘ୍ର ମନିଟରିଂ ସକ୍ଷମ କରିପାରିବ ବୋଲି ପୂର୍ବରୁ ଇସ୍ରୋ କହିଥିଲା। ଏହା ଦିନରାତି ସବୁ ସମୟରେ ଫଟୋ ଉଠାଇପାରିବ। ଏହି ଉପଗ୍ରହ ଜମି, ଜଳ ଏବଂ ପରିବେଶ ସହ ଜଡିତ ବିଭିନ୍ନ ପ୍ରୟୋଗ ପାଇଁ ଫଟୋ ଚିତ୍ର ତଥ୍ୟ ପ୍ରଦାନ କରିବ। ଯାହା କୃଷି, ଜଙ୍ଗଲ ଏବଂ ଜଳ ସମ୍ପଦ ପରିଚାଳନା ପାଇଁ ଉପଯୋଗୀ ଇନପୁଟ ପାଇବ। ଏହି ଉପଗ୍ରହରେ ୪୨ ମିଟର ରିଜୋଲ୍ୟୁସନ୍ ସହିତ ୬ଟି ବ୍ୟାଣ୍ଡର ମଲ୍ଟି ସ୍ପେକ୍ଟ୍ରାଲ୍ ଭିଜିବିଲ୍ (ଦୃଶ୍ୟମାନ) ଏବଂ ଇନଫ୍ରା-ରେଡ୍, ୧୫୮ ବ୍ୟାଣ୍ଡ ହାଇପର-ସ୍ପେକ୍ଟ୍ରାଲ୍ ଦୃଶ୍ୟମାନ ଏବଂ ୩୧୮ ମିଟର ରିଜୋଲ୍ୟୁସନ୍ ସହିତ ଇନଫ୍ରା-ରେଡ୍ ଏବଂ ୨୫୬ ବ୍ୟାଣ୍ଡ ହାଇପର-ସ୍ପେକ୍ଟ୍ରାଲ୍ ସର୍ଟ ୱେଭ୍ ଇନଫ୍ରା-ରେଡ୍ ରହିଛି। ଏହାବାଦ ଏହି ଉପଗ୍ରହ ପାଞ୍ଚ ବର୍ଷ ପାଇଁ ଦିନ ରାତି ଓ ସମସ୍ତ ପାଣିପାଗରେ କାମ କରି ପାରିବାର କ୍ଷମତା ରଖିଛି। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏହି ଉପଗ୍ରହ ଏକ ରଣନୀତିକ ଭୂମିକା ଗ୍ରହଣ କରିପାରିବ ବୋଲି ଇସ୍ରୋ କହିଛି। ଏହି ଉପଗ୍ରହରେ ଅନ୍ୟାନ୍ୟ ଜିନିଷ ମଧ୍ୟରେ ହାଇ ଡାଟା ହ୍ୟାଣ୍ଡଲିଂ ସିଷ୍ଟମ୍ ଏବଂ ହାଇ ଷ୍ଟୋରେଜ୍ ଉପକରଣ ରହିଛି। ୨୦୧୨ରେ PSLV ରକେଟ୍ ବ୍ୟବହାର କରି ୧,୮୫୮ କିଲୋଗ୍ରାମର ରିସାଟ -୧ ଲଞ୍ଚ କରାଯାଇଥିଲା। ଏହାର ମିଶନ ଜୀବନ ପାଞ୍ଚ ବର୍ଷ ଥିଲା। G GISAT-୧ ମାର୍ଚ୍ଚ ୫, ୨୦୨୦ରେ ଲଞ୍ଚ ହେବାର ଥିଲା। କିନ୍ତୁ ଲଞ୍ଚ ହେବାର କିଛି ଘଣ୍ଟା ପୂର୍ବରୁ ଇସ୍ରେୋ କିଛି ବୈଷୟିକ ତ୍ରୁଟି ପାଇଁ ଏହି ମିଶନକୁ ସ୍ଥଗିତ ରଖିଥିଲା। ଏହା ପରେ ପରେ କରୋନା ମହାମାରୀ ପାଇଁ ଦେଶ ସଟଡାଉନ୍ ଏବଂ ଲକଡାଉନ୍ ହେବା ପରେ ଏହି ମିଶନ ବିଳମ୍ୱ ହୋଇଥିଲା। ବୈଷୟିକ ତ୍ରୁଟି କାରଣରୁ ଏହି ରକେଟକୁ ପୁଣିଥରେ ତ୍ରୁଟି ଶୂନ୍ୟ ଭାବରେ ତିଆରି କରାଯାଇଛି ବୋଲି ଇସ୍ରୋ କହିଛି। ତେବେ ଚଳିତ ବର୍ଷ ମାର୍ଚ୍ଚ ୨୦୨୧ରେ ଏହି GISAT-୧ର ଉତକ୍ଷେପଣ ହେବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ଉପଗ୍ରହର ବ୍ୟାଟେରୀ ସମସ୍ୟା ହେତୁ ପୁଣି ବିଳମ୍ବ ହୋଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!