Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

by ସଞ୍ଜୟ ସ୍ୱାଇଁ
January 25, 2025
in Nayagarh, State
ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ
188
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଠ ଦିନ ବ୍ୟାପୀ ଚାଲିଥିବା ଛାତ୍ରୀ ମାନଙ୍କର ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ୨୪ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ଅଭିମନ୍ୟୁ ସାହୁ ଆନୁଷ୍ଠାନିକ ଭାବରେ ଉଦ୍‌ଯାପିତ କରି ବର୍ତ୍ତମାନ ସମାଜରେ ଆତ୍ମ ସୁରକ୍ଷାର ଆବଶ୍ୟକତା, ତାତ୍ପର୍ଯ୍ୟ, କୌଶଳ ଓ ଏହାର ଉପଯୋଗୀତା ଉପରେ ଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ କିପରି ନିଜକୁ ବିପଦ ସମୟରେ ସୁରକ୍ଷା ଦେଇପାରିବେ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଏହି କୌଶଳ ମାଧ୍ୟମରେ ଭବିଷ୍ୟତରେ ଆସୁଥିବା ସମସ୍ତ ବିପଦ, ଅତ୍ୟାଚାର, ହିଂସାରୁ ଛାତ୍ରୀମାନେ କିପରି ମାନସିକ ଓ ଶାରୀରିକ ଭାବରେ ପ୍ରସ୍ତୁତ ରହି ନିର୍ଭୟରେ ନିଜକୁ ସୁରକ୍ଷିତ ରଖି ପାରିବେ ସେ ସମସ୍ତ କୌଶଳ ସମ୍ବନ୍ଧରେ ବିଦ୍ୟାଳୟର ଅଧ୍ୟାପକ ଅଭୟ କୁମାର ଲେଙ୍କା, ପ୍ରଶାନ୍ତ କୁମାର ରଥ, ଶୁଶାନ୍ତ କୁମାର ପାତ୍ର, ରମାକାନ୍ତ ତ୍ରିପାଠୀ, ପ୍ରଫୁଲ୍ଲ ମହାପାତ୍ର, ଦିଲ୍ଲିପ କୁମାର ନାୟକ, ପବିତ୍ର ବେହେରା ତଥା ଅଧ୍ୟାପିକା ସଲିଳା ସାମଲ, ନିରୋଜ ନଳିନୀ ଦାସ, ଭାରତୀ ମିଶ୍ର, ରଶ୍ମିବାଳା ବାରିକ ତାଙ୍କର ବକ୍ତବ୍ୟ ଉପସ୍ଥାପନା କରିଥିଲେ ।

ସଂଯୋଜିକା ସୁପ୍ରିୟା ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପ୍ରଶିକ୍ଷିକା କୁମାରୀ ସୋନାଲି ସାଥୁଆ ଏବଂ ଜ୍ୟୋତିର୍ମୟୀ ଜେନା ବିଭିନ୍ନ କୌଶଳର ତାଲିମ ପ୍ରଦାନ କରିଥିଲେ । ପରିଶେଷରେ ଅଧ୍ୟାପକ ଅଭୟ କୁମାର ଲୋଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!