ନୟାଗଡ, (ବାଘୁଆବାର୍ତ୍ତା): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଗୋଡ଼ିପଡ଼ା ଠାରେ +୨ପ୍ରଥମ ବର୍ଷ ଛାତ୍ରୀମାନଙ୍କ ନିମନ୍ତେ ଅଷ୍ଟ ଦିନାତ୍ମକ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମ ଉଦଘାଟିତ ହୋଇଯାଇଛି।ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଉଷାରାଣୀ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥିଭାବେ ଗୋଡିପଡ଼ା ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ଏମ.ଡି ହାଇଦର ଅଲ୍ଲି ଯୋଗ ଦେଇ ବର୍ତମାନ ସମାଜରେ ଆତ୍ମ ସୁରକ୍ଷାର ଆବଶ୍ୟକତା ବିଷୟରେ ମତବ୍ୟକ୍ତ କରିବାସହ ପ୍ରଶିକ୍ଷଣ ବାଳିକା ମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ ।

ଆଧ୍ୟାପକ ପୁଲକ୍ କୁମାର ମହାନ୍ତି ଓ ଅଧ୍ୟାପିକା ରଶ୍ମିତା ମହାପାତ୍ର ଯୋଗଦେଇ ବାଳିକାଙ୍କ ପାଇଁ ଆତ୍ମସୁରକ୍ଷାର ଆବଶ୍ୟକତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯକ୍ରମ ସଂଯୋଜକ ଡ: ସନ୍ତୋଷ କୁମାର ସାହୁ ସଭା ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଶିକ୍ଷିକା ଭାବେ ସୁଶ୍ରୀ ବିଷ୍ଣୁପ୍ରିୟା ମହାପାତ୍ର ଓ ସୁଶ୍ରୀ କରୀନା ପ୍ରଧାନ ଯୋଗଦେଇ ଆତ୍ମସୁରକ୍ଷାର ଅଭିନବ କୌଶଳ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ଗଣ ଉକ୍ତ କାର୍ଯ୍ୟକ୍ରମରେ ପୁର୍ଣ୍ଣ ସହଯୋଗ କରିଥିଲେ।






