ନୟାଗଡ଼, (ବାଘୁଆବାର୍ତ୍ତା): ଅର୍ଥନୀତି ବିଭାଗର ଅଧ୍ୟାପକଙ୍କ କଳାକାରନାମା । ପାଠ ପଢ଼ାଇବା ବାହାନାରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଅଶ୍ଳୀଳ ଫଟୋ ଉଠାଇ ଭାଇରାଲ କରିବାକୁ ଧମକ ଦେଉଥିଲେ । ୬ ବର୍ଷ ଧରି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆଜି ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି । ପୂରା ଘଟଣା ଏମିତି । ୨୦୧୪ ମସିହାରେ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସେ ସୋରଡା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ ପ୍ରଦୀପ ସାହୁଙ୍କ ପାଖକୁ ଟ୍ୟୁସନ ହେବାକୁ ଯାଉଥିଲେ । ସେଠାରେ ପାଠ ପଢ଼ାଇବା ପରିବର୍ତ୍ତେ ସାର ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିଲେ । ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଆଉ ଦୁଷ୍କର୍ମ କରିବା ସମୟରେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୁଟିଂ ଥିଲା । ସାର ପରେ ସେହି ଭିଡିଓ ଓ ଫଟୋ ଦେଖାଇ ଛାତ୍ରୀଙ୍କୁ ସାର ବହୁବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।





