Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରୀ ମୃତ୍ୟୁ ଘଟଣା, ପୋଲିସକୁ ମିଳିଲା ସୁଇସାଇଡ୍ ନୋଟ୍

by ସଞ୍ଜୟ ସ୍ୱାଇଁ
March 27, 2025
in Crime, State
ଛାତ୍ରୀ ମୃତ୍ୟୁ ଘଟଣା, ପୋଲିସକୁ ମିଳିଲା ସୁଇସାଇଡ୍ ନୋଟ୍
119
VIEWS
Share on FacebookShare on Twitter

ଉଦଳା, (ବାଘୁଆବାର୍ତ୍ତା): ଉଦଳା ଅନ୍ୱେଷା ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ । ଛାତ୍ରୀଙ୍କ ବହିରୁ ପୋଲିସକୁ ମିଳିଛି ସୁଇସାଇଡ ନୋଟ୍। ଯାହାକୁ ନେଇ ଏବେ ବଢିଛି ଛାତ୍ରୀ ମୃତ୍ୟୁ ଘଟଣାରେ ଦ୍ୱନ୍ଦ୍ବ । ବୁଧବାର ଉଦଳା ଅନ୍ୱେଷା ହଷ୍ଟେଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ବାରିପଦାରୁ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଛାତ୍ରୀଙ୍କ ବହିରୁ ଏକ ସୁଇସାଇଡ ନୋଟ ମିଳିଛି । ଯେଉଁଥିରେ ଛାତ୍ରୀ ଜଣକ ନିଜର ପ୍ରେମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷ ପକ୍ଷ କିମ୍ବା ଅନ୍ୟ କାହାରି ହାତ ନାହିଁ ବୋଲି ନୋଟରେ ଲେଖାଯାଇଛି। ଏହାକୁ ନେଇ ପୋଲିସ୍ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଅନ୍ୟପଟେ ସୁଇସାଇଡ ନୋଟ ବାବଦରେ କିଛି ଜାଣିନଥିବା କହିଛନ୍ତି ତାଙ୍କ ପରିବାର ଲୋକ । ସେପଟେ ଉଦଳାରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ । ଅନ୍ଵେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପରେ ଅଭିଭାବକମାନେ ହଷ୍ଟେଲରେ ପହଁଚି ନିଜ ପିଲାଙ୍କୁ ଘରକୁ ନେଇ ଯାଇଛନ୍ତି । ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନ ଥିବା କହିବା ସହିତ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ଢିଲା ନେଇ ଅଭିଯୋଗ ଆଣିଛନ୍ତି ଅଭିଭାବକ। ହଷ୍ଟେଲରେ ୧୭୦ ଛାତ୍ରୀ ରହୁଥିବା ବେଳେ ଅର୍ଦ୍ଧାଧିକ ଛାତ୍ରୀ ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଛନ୍ତି। ତେବେ ଏବେ ବି ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!