Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’ ଋଣ ସୁଝି ନ ପାରିବାରୁ ବନ୍ଧକ ପଡ଼ିଲା ନାବାଳିକା ଝିଅ

by ସଞ୍ଜୟ ସ୍ୱାଇଁ
October 13, 2021
in State
ମା’ ଋଣ ସୁଝି ନ ପାରିବାରୁ ବନ୍ଧକ ପଡ଼ିଲା ନାବାଳିକା ଝିଅ
244
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): ମା’ ଋଣ ସୁଝି ନ ପାରିବାରୁ ବନ୍ଧକ ପଡ଼ିଲା ନାବାଳିକା ଝିଅ । ନୂଆପଡ଼ା ଜିଲ୍ଲା ସଦର ଖରିଆଳ ରୋଡର ଗଣେଷ ବସ୍ତିରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୂଆପଡ଼ା ଚାଇଲଡ ଲାଇନ ନାବାଳିକା ଝିଅକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରିଛି ।ସୂଚନା ଅନୁସାରେ କିଛି ବର୍ଷ ତଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରେ ଭୁବନେଶ୍ୱରୀ ଘିବେଲାଙ୍କ ସ୍ୱାମୀ ମାନସିକ ବିକାରଗ୍ରସ୍ତ ହୋଇ ଚାଲିଯାଇଥିଲେ। ଫଳରେ ୩ଝିଅଙ୍କ ଭରଣ ପୋଷଣ ଓ ପାଠ ପଢ଼ାଇବା ପାଇଁ ହାତ ଉଧାରୀ କରି ଆଣିଥିଲା ମା’।୧୦୧୮ ମସିହାରେ ସେ ଖରିଆଳକୁ ରୋଜଗାର ପାଇଁ ଆସିଥିଲେ ବଡ ଝିଅକୁ ଖରିଆଳ କସ୍ତୁରବା ସେବାସ୍ରମରେ ରଖିଥଲେ ଓ ନିଜେ ଭଡା ଘରେ ରହିଥିଲେ। ସେଲୁବାଗ ନାମକ ଜଣେ ମହିଳାଙ୍କ ଠାରୁ ୨୦ ହଜାର ଟଙ୍କା ଓ ମନୋଜ ଗୁପ୍ତାଙ୍କ ଠାରୁ ୬୦ ହଜାର ଟଙ୍କା ହାତ ଉଧାରୀ ଆଣିଥିଲେ। ପରେ ସେ ପର ଘରେ ବାସନ ସଫା କରି ପରିବାର ଚଳାଉଥିଲେ ।ହେଲେ ଗତବର୍ଷ ଭୁବନେଶ୍ୱରୀ ୩ ଝିଅଙ୍କୁ ଛାଡି କୁଆଡେ ଚାଲିଯାଇଥିଲେ। ଏହି ସମୟରେ ୩ ଝିଅ ସେଲୁବାଗ ଘରେ ଆଶ୍ରୟ ନେଇଥିଲେ।୨ ମାସ ପରେ ଭୁବନେଶ୍ୱରୀ ଫେରି ୩ ଝିଅଙ୍କୁ ନେବା ପାଇଁ କହିଥିଲେ। ବଡ ଝିଅ ମାଟ୍ରିକ ପରୀକ୍ଷା ସରିବା ପରେ ଯିବାକୁ କହିଥିଲେ। ହେଲେ ମା ରାଜି ନହୋଇ ଦୁଇ ଝିଅଙ୍କୁ ନେଇ ଚାଲିଯାଇଥିଲେ। କିନ୍ତୁ ବଡ ଝିଅ ପାଠ ପଢ଼ିବା ସହ ପରଘରେ କାମ କରି ମା କରିଥିବା ଋଣ ସୁଝୁଥିଲା।ପୁଣି ଭୁବନେଶ୍ୱରୀ ବଡ ଝିଅଙ୍କୁ ନେବା ପାଇଁ ଆସିବା ବେଳେ ସେଲୁ ବାଗ ଛାଡି ନଥିଲେ। ଧାର ଟଙ୍କା ନସୁଝିବା ପର୍ୟ୍ୟନ୍ତ ତାଙ୍କୁ ଛାଡିବେ ନାହିଁ ବୋଲି କହିଥିଲେ।ଫଳରେ ଭୁବନେଶ୍ୱରୀ ଚାଇଲ୍ଡ ଲାଇନର ଆଶ୍ରୟ ନେଇ ଝିଅକୁ ଉଦ୍ଧାର କରିଛନ୍ତି। ଚାଇଲଡ଼ ଲାଇନ କାଇଉନସିଲର ହୋସାନା ଅକ୍ତରୀ,ଜିଲ୍ଲା ସଂଯୋଜକ ମୁକେଶ ଯୋଶୀ, ସଦସ୍ୟ ସୁନାଧର ସୁନାନୀ ଜୋଙ୍କ ପୁଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପରେ ଶିଶୁ ମଙ୍ଗଳ ସମିତିର ସଦସ୍ୟା କୁମୁଦ ହୋତା ଓ ଅଶ୍ୱିନୀ ପାତ୍ରଙ୍କ ଠାରେ ନାବାଳିକାଙ୍କୁ ହାଜିର କରିଥିଲେ । ଏବେ ନାବାଳିକ ଚାଇଲ୍ଡ ଲାଇନ ସେକ୍ଟରରେ ରଖାଯାଇଛି । ଆସନ୍ତାକାଲି ଶିଶୁ ମଙ୍ଗଳ ସମିତି ନାବାଳିକାଙ୍କୁ ତାଙ୍କ ମାଙ୍କୁ ହସ୍ତାନ୍ତର କରିବ ବାଲି ଜଣାପଡ଼ିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!