Sunday, October 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଅଭିଯୋଗକାରୀଙ୍କୁ ଧନତେରସ ଉପହାର 

by ସଞ୍ଜୟ ସ୍ୱାଇଁ
October 30, 2024
in Breaking, Nayagarh
ଦୁଇ ଅଭିଯୋଗକାରୀଙ୍କୁ ଧନତେରସ ଉପହାର 
428
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହର ଓ ଲେଙ୍କୁଡ଼ିପଡା ଗ୍ରାମର ଦୁଇ ଅଭିଯୋଗକାରୀଙ୍କୁ ଧନତେରସ ଦିବସରେ ମିଳିଛି ବଡ଼ ଉପହାର l ପୁଣି ପୋଲିସ ପକ୍ଷରୁ ମିଳିଛି ଏହି ଉପହାର l ଉପହାର ସ୍ୱରୂପ ସୁନା ଅଳଙ୍କାର ନୟାଗଡ଼ ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ଏସଡ଼ିପିଓ ସୁଦର୍ଶନ ଗାଙ୍ଗୋଇ ଅଭିଯୋଗକାରୀଙ୍କୁ ପ୍ରଦାନ କରିଛନ୍ତି l ଉପହାର ସ୍ୱରୂପ ଚୋରି ହୋଇଥିବା ସୁନା ଅଳଙ୍କାର ପାଇବା ପରେ ଉତ୍ସାହିତ ହୋଇଛନ୍ତି ଦୁଇ ଅଭିଯୋଗକାରୀ l ସୂଚନାନୁସାରେ, ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଦେବୋତ୍ତର ଲେନ-4 ରେ ଦିନ ଦ୍ୱିପ୍ରହରେ କିଛି ଦିନ ତଳେ ଦୃବୁତମାନେ ଲୁଗା ବ୍ୟବସାୟୀ ଶିବପ୍ରସାଦ ସାହୁଙ୍କ ଘରେ କଳାକନା ବୁଲାଇ ଲୁଟିନେଇଥିଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର l ସେ ନେଇ ଶ୍ରୀ ସାହୁ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ତତକ୍ଷଣାତ ପହଞ୍ଚି ତଦନ୍ତ ଆରମ୍ଭ କରି କିଛି ଦିନ ପରେ ଚୋରଙ୍କୁ କାବୁ କରିଥିଲା ଏବଂ ଅଳଙ୍କାର ଜବତ କରିଥିଲା l ସେହିପରି ଲେଙ୍କୁଡ଼ିପଡ଼ା ଗ୍ରାମର ରଶ୍ମିଲତା ରଥ ରେଲୱେ ଓଭରବ୍ରିଜ ଦେଇ ଗାଁକୁ ଆସୁଥିବା ବେଳେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ ଦୃବୁତ l ପୋଲିସ ଚୋରମାନଙ୍କୁ ଧରି ସେମାନଙ୍କ ଠାରୁ ଜବତ ହୋଇଥିବା ସୁନା ଅଳଙ୍କାରଙ୍କୁ ଦୀପାବଳିର ଧନତେରସ ଉପଲକ୍ଷେ ସେମାନଙ୍କୁ ସେମାନଙ୍କ ଚୋରି ହୋଇଯାଇଥିବା ସୁନା ଅଳଙ୍କାର ପ୍ରଦାନ କରାଯାଇଛି l ଏହି ପବିତ୍ର ଦିନରେ ପାଇବା ପରେ ଅଭିଯୋଗକାରୀମାନେ ଖୁସି ବ୍ୟକ୍ତ କରିବା ସହ ନୟାଗଡ଼ ପୋଲିସ ଓ ଟାଉନ ଥାନା ଆଇଆଇସିଙ୍କୁ ପ୍ରଶଂସା କରିଛନ୍ତି l

 

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!