୪ ଗୋଟି ପଞ୍ଚାୟତକୁ ନେଇ ପ୍ରସ୍ତୁତି ବୈଠକ
ନୟାଗଡ଼, (ବାଘୁଆବାର୍ତ୍ତା): ବିଜୁ ଜନତା ଦଳ ଲୋକଙ୍କ ସାଥିରେ ଅଛି । ଅନେକ ବିକାଶ ମୁଳକ କାର୍ଯ୍ୟ କରୁଛି । ଆଗାମୀ ଦିନରେ ଅଧୀକ ବିକାଶ ପାଇଁ ଚେଷ୍ଟା ଜାରି ରଖିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ କିପରି ଲୋକଙ୍କ ପାଖରେ ପହଞ୍ଚିବ । ଏଥି ନିମନ୍ତେ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ବିଜେଡିର ପଦ ଯାତ୍ରା ଅନୁଷ୍ଠିତ ହେବ । ଏଥି ନିମନ୍ତେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ପଦ ଯାତ୍ରା ପୂର୍ବରୁ ଜନ ପ୍ରତିନିଧି ମାନେ ଘରକୁ ଘର ବୁଲି ସରକାରଙ୍କ ବିକାଶ ମୁଳକ ବାର୍ତ୍ତା ପହଞ୍ଚାଇବା ସହ ପଦ ଯାତ୍ରାରେ ସାମିଲ ହେବା ପାଇଁ ନେତା ମାନଙ୍କୁ କର୍ଣ୍ଣ ମନ୍ତ୍ର ଦେଇଛନ୍ତି ନୟାଗଡ଼ ବିଧାୟକ ଡ. ସାହୁ । ପ୍ରତି ଘରେ ଘରେ କିପରି ଶଙ୍ଖ ବାଜିବ ସେଥି ନିମନ୍ତେ ଆହ୍ୱାନ ଦେଇଛନ୍ତି । ନବୀନ ବାବୁଙ୍କ ସଫଳତାର ବାର୍ତ୍ତା ଯାହା ପାଖରେ ପହଞ୍ଚିବ ସେମାନେ ସ୍ୱଇଛାରେ ପଦ ଯାତ୍ରାରେ ଯୋଗ ଦେବେ ବୋଲି ଡ. ସାହୁ ପ୍ରକାଶ କରିଥିଲେ ।
ଏହି ଅବସରରେ ଆଜି ନୟାଗଡ଼ ବ୍ଲକର ଭାଟ ସାହି ପଞ୍ଚାୟତ ମୁଥା ଗାଡିଆ, ଚଣ୍ଡିବସ୍ତ ଓ ଇଟାମାଟି ପଞ୍ଚାୟତର କର୍ମୀ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨ ତାରିଖରୁ ଭାଟ ସାହିରୁ ପଦ ଯାତ୍ରା ଆରମ୍ଭ ହେବ । ଏହା ପରେ ୧୧ ତାରିଖରେ ଇଟାମାଟି ପଞ୍ଚାୟତରେ ପଦଯାତ୍ରା ଆରମ୍ଭ ହେବ ବୋଲି ସୁଚନା ମିଳିଛି । ଆଜିର କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରାଧ୍ୟକ୍ଷ ନିରୁପମା ଖଟ୍ଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ, କ୍ଷୀରୋଦ ମହାପାତ୍ର, ସୁବାଷ କଅଁର ଓ ସରୋଜ ରଣସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ୪ ଗୋଟି ପଞ୍ଚାୟତର ଛାତ୍ର, ଯୁବ, ମହିଳା ଓ ବିଭିନ୍ନ ବିଭାଗର କର୍ମକର୍ତା ମାନେ ଯୋଗ ଦେଇଥିଲେ । ସମସ୍ତ ପଞ୍ଚାୟତର ମୁଖିଆ ମାନଙ୍କ ସହ ପର୍ଯ୍ୟବେକ୍ଷକ ମାନେ ଯୋଗ ଦେଇଥିଲେ ।





