ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ରୂପେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡକ୍ଟର ପୂଜାର୍ଚ୍ଚନା ମୁଣ୍ଡ ଉପସ୍ଥିତ ରହି ଶିଶୁଙ୍କର ଔପରଚାରିକ ଓ ଅନୌପଚାରିକ ଶିକ୍ଷ୍ୟା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ।
ଶିଶୁ ଭାଇ ଭଉଣୀଙ୍କ ଦ୍ୱାରା ସାମୁହିକ କଣ୍ଠ ସଙ୍ଗୀତ ଗାନ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୩୪ ଜଣ ଅଭିଭାବକ ଓ ଅଭାବିକା ଓ ୩୦ ଜଣ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର କୋଷାଧ୍ୟକ୍ଷ ସସ୍ମିତା ନାୟକ, ନୟାଗଡ଼ ଜିଲ୍ଲା ପ୍ରମୁଖ (ଶିକ୍ଷା ବିକାଶ ସମିତି ଓଡିଶା) ହରେକୃଷ୍ଣ ମୁଦୁଲି, ସଭାପତି କେଶବ ରାଉତ ଯୋଗ ଦେଇଥିଲେ । ପରିଶେଷରେ ବିଦ୍ୟାଳୟର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।