Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନନ୍ଦନକାନନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ

by ସଞ୍ଜୟ ସ୍ୱାଇଁ
May 25, 2025
in State
ନନ୍ଦନକାନନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
126
VIEWS
Share on FacebookShare on Twitter

ବାରଙ୍ଗ, (ବାଘୁଆବାର୍ତ୍ତା): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ପ୍ରାୟ ୧୦ ବର୍ଷର ବ୍ୟବଧାନ ପରେ ପ୍ରାଣୀ ଉଦ୍ୟାନରେ ୧୪ଟି ଘଡ଼ିଆଳ କୁମ୍ଭୀର ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତି । ଆହୁରି ଛୁଆ ଥିବା ଅନୁମାନ କରି ଖୁଆଡ଼ ଭିତରେ ବିଭିନ୍ନ ବାଲି ଗଦା ଖୋଳାଯାଇ ଖୋଜାଚାଲିଛି । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୨୦୧୫ ମସିହା ପରଠାରୁ ଭଲ ଅଣ୍ଡିରା ଘଡ଼ିଆଳ କୁମ୍ଭୀର ନଥିଲେ । ଯେଉଁମାନେ ଥିଲେ ସେମାନଙ୍କ ଦ୍ୱାରା ବଂଶ ବୃଦ୍ଧି ହୋଇପାରୁନଥିଲା । ଏହାକୁ ଲକ୍ଷ୍ୟରଖି ୨୦୨୧ ମସିହାରେ ରାଜସ୍ଥାନ ଜୟପୁରର ନାହାରଗଡ଼ ପ୍ରାଣୀଉଦ୍ୟାନ ପାର୍କରୁ ଦୁଇଟି ପୁରୁଷ ଘଡ଼ିଆଳ କୁମ୍ଭୀର ଅଣାଯିବା ପରେ ଖୁଆଡ଼ରେ ଗୋଟିଏ ଛଡ଼ାଯାଇଥିଲା । ଏବେ ସେହି କୁମ୍ଭୀରର ମିଳନ ପରେ ଏକାଧିକ କୁମ୍ଭୀର ମା’ ହୋଇଥିବା ଜଣାପଡ଼ିଛି । ଘଡ଼ିଆଳ କୁମ୍ଭୀର ଶୀତ ଋତୁ ଶେଷରେ ସଙ୍ଗମ କରି ଗ୍ରୀଷ୍ମକାଳରେ ନଦୀ ବାଲିରେ ଗାତ ଖୋଳି ପ୍ରାୟ ୩୦ରୁ ୫୦ ପାଖାପାଖି ଅଣ୍ଡା ଦେଇଥାନ୍ତି । ଦୁଇରୁ ଅଢ଼େଇ ମାସ ମଧ୍ୟରେ ଅଣ୍ଡା ଫୁଟି ଛୁଆ ବାହାରନ୍ତି । ୧୯୮୦ ମସିହାରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ଆବଦ୍ଧ ଜଳାଶୟରେ ମାଈ ଘଡ଼ିଆଳ ଅଣ୍ଡାଦାନ କରିଥିଲେ । ୭୦/୭୫ ଦିନ ପରେ ସେହି ଅଣ୍ଡାଫୁଟି ଛୁଆ ଜନ୍ମ ନେଇଥିଲେ ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!