Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘଡ଼ିଆଳ ଛୁଆ ଉଦ୍ଧାର କରି ଦେଲେ ମିଳିବ ପୁରସ୍କାର

by ସଞ୍ଜୟ ସ୍ୱାଇଁ
June 6, 2021
in Nayagarh
ଘଡ଼ିଆଳ ଛୁଆ ଉଦ୍ଧାର କରି ଦେଲେ ମିଳିବ ପୁରସ୍କାର
378
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ମହାନଦୀର ସାତକୋଶିଆ ଗଣ୍ଡ ପ୍ରାକୃତିକ ପରିବେଶ ଓ କୁମ୍ଭୀର ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି । ଗତ କିଛି ବର୍ଷ ଧରି ମଗର ପ୍ରଜାତିର କୁମ୍ଭୀର ବଂଶବୃଦ୍ଧି ହେଉଥିବା ବେଳେ ଘଡ଼ିଆଳ ପ୍ରଜାତିର କୁମ୍ଭୀର ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା । ୪୦ ବର୍ଷ ପରେ ଚଳିତ ବର୍ଷ ଘଡିଆଳ ବଂଶବୃଦ୍ଧିର ଆଶା ସଂଚାର ହୋଇପାରିଛି । ଚଳିତ ବର୍ଷ ଏକ ମାଇ ଘଡ଼ିଆଳ କୁମ୍ଭୀର ୨୮ଟି ଛୁଆ ଫୁଟାଇଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିବା ଦେଖାଦେଇଛି । ସାତକୋଶିଆ ଗଣ୍ଡରେ ଅବାଧ ମାଛମରା ଓ ବର୍ଷାଋତୁରେ ମହାନଦୀରେ ବନ୍ୟାଜଳ ଆସିବା ଦ୍ୱାରା କୁମ୍ଭୀର ଶାବକଗୁଡିକ ତଳିଆ ଅଞ୍ଚଳକୁ ଭାସିଯିବା ସହ ବଡ଼ ବଡ଼ ମଗର କୁମ୍ଭୀର, ଚିଲ ଓ ଛଞ୍ଚାଣଙ୍କ ଆକ୍ରମଣର ଶୀକାର ହୋଇଥାନ୍ତି । ଘଡ଼ିଆଳ କୁମ୍ଭୀର ଛୁଆଗୁଡ଼ିକୁ ଉଦ୍ଧାର ଓ ସୁରକ୍ଷା ପାଇଁ ନଦୀକୂଳିଆ ଗ୍ରାମ ଗୁଡ଼ିକରେ ପୋଷ୍ଟର ଲଗାଇ ଜନସଚେତନତା ବୃଦ୍ଧି କରାଯାଇଛି । ଯେ କୌଣସି ବ୍ୟକ୍ତି ଘଡ଼ିଆଳ କୁମ୍ଭୀର କିମ୍ବା ଛୁଆକୁ ଉଦ୍ଧାର କରି ହସ୍ତାନ୍ତର କରନ୍ତି ସେମାନଙ୍କୁ ଏକ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ବିଭାଗ ସୁତ୍ରରୁ ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!