Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟୁଟିସିଆନ ୱେଲଫେୟାର ପ୍ରଥମ ସମ୍ମିଳନୀ

by ସଞ୍ଜୟ ସ୍ୱାଇଁ
March 24, 2025
in Nayagarh, State
ବ୍ୟୁଟିସିଆନ ୱେଲଫେୟାର ପ୍ରଥମ ସମ୍ମିଳନୀ
95
VIEWS
Share on FacebookShare on Twitter

ମହିଳାମାନଙ୍କ ଏକାଗ୍ରତା ଏକଜୁଟ ସଫଳତା ପାଇବାର ଚାବିକାଠି

ନୟାଗଡ଼, (ବାଘୁଆବାର୍ତ୍ତା): ବ୍ୟୁଟିସିଆନ ୱେଲଫେୟାର ଆସୋସିଏସନ ନୟାଗଡ଼ ପକ୍ଷରୁ ଗୋଦାବରୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମ୍ମିଳନୀ ବୈଠକରେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗ ମହାପ୍ରଭୁଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ l ମୁଖ୍ୟଅତିଥିଙ୍କ ସହ ସମ୍ମାନିତ ଅତିଥି ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସେବା ସମବାୟ ସମିତି ବ୍ୟାଙ୍କ ଲିଃ ର ଡାଇରେକ୍ଟର ଦୁର୍ଯ୍ୟଧନ ବେହେରା, ବିଡବ୍ଲ୍ୟୁଏ ରାଜ୍ୟ ସଭାପତି ସୁପ୍ରିୟା ମିଶ୍ର, ସଂପାଦକ ସୁନିତା ରାୟ, ବିଡବ୍ଲ୍ୟୁଏ କଟକ ଜିଲ୍ଲା ସଭାପତି ଇତିଶ୍ରୀ ମହାନ୍ତି, ଭୁବନେଶ୍ୱର ସଭାପତି ମିନତୀ ମହାନ୍ତି, ନବ ନିର୍ମାଣ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ ଡି ମନୋହର ଅଲ୍ଲୀ, ବିଡବ୍ଲ୍ୟୁଏ ନୟାଗଡ଼ ଜିଲ୍ଲା ସଭାପତି ସସ୍ମିତା ଡୋରା, ସଂମ୍ପାଦିକା ପଦ୍ମିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ବ୍ୟୁଟିସିଆନ ୱେଲଫେୟାର ପ୍ରଥମ ସମ୍ମିଳନୀ ବୈଠକରେ ବ୍ୟୁଟିସିଆନ ମହିଳା ମାନେ କିପରି ନିଜ ଗୋଡ଼ରେ ନିଜେ ଠିଆ ହୋଇ ପାରିବେ ଏବଂ ରୋଜଗାର କ୍ଷମ ହୋଇପାରିବେ ସେ ଉପରେ ଆଲୋଚନା କରିଥିଲେ l ବ୍ୟୁଟିପାଲରରେ କାର୍ଯ୍ୟରତ ବ୍ୟୁଟିସିଆନ ମହିଳା ମାନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଲେ ବ୍ୟୁଟିସିଆନ ମାନେ ସ୍ୱାବଲମ୍ବୀ ହୋଇପାରିବେ l ମହିଳା ମାନେ ଯଦି ଏକାଗ୍ରତା ଭାବେ ଏକଜୁଟ ହୋଇ କାର୍ଯ୍ୟ କରିବେ ତେବେ ସଫଳତା ସୁନିଶ୍ଚିତ ମିଳିବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଖଟେଇ ବକ୍ତବ୍ୟରେ କହିଥିଲେ l ଆଜିକାଲି ଗାଁ ଗଣ୍ଡାରେ ମଧ୍ୟ ମହିଳା ମାନେ ରୋଜଗାର କରିବା ପାଇଁ ଆଗକୁ ବଢିଛନ୍ତି l ତେଣୁ ଗାଁ ଓ ପଞ୍ଚାୟତ ସ୍ତରରେ ମଧ୍ୟ ବ୍ୟୁଟିପାଲର ମଧ୍ୟ ଖୋଲିବା ଆରମ୍ଭ କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି l ଯେଉଁ ମହିଳା ବ୍ୟୁଟିପାଲର ଖୋଲି କାର୍ଯ୍ୟ କରି ସ୍ୱାବଲମ୍ବୀ ହୋଇଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏବଂ ବିଡବ୍ଲ୍ୟୁଏ ଓଡ଼ିଶା ମହୋତ୍ସବରେ ନୃତ୍ୟ ପରିବେଷଣ କରିଥିବା ଚାରି ଜଣ ବ୍ୟୁଟିସିଆନ ଭଉଣୀଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସଂମ୍ପାଦିକା ଶ୍ରୀମତୀ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ବିଡବ୍ଲ୍ୟୁଏ ନୟାଗଡ଼ ଜିଲ୍ଲା ଉପ ସଭାପତି ସନ୍ତୋଷିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!