ସମ୍ବଲପୁର,(ବାଘୁଆବାର୍ତ୍ତା): ସମ୍ବଲପୁର ସହରର ଗାୟତ୍ରୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସକୁ ଆଗାମୀ ହୋଲି ଯାଏ ବନ୍ଦ ରଖିବାକୁ ଅନୁଷ୍ଠାନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷାନୁଷ୍ଠାନର ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଶିକ୍ଷାନୁଷ୍ଠାନର ଅନ୍ୟ କର୍ମଚାରୀମାନଙ୍କର କୋଭିଡ ପରୀକ୍ଷା କରାଯିବ। ଏଥିସହ ଶିକ୍ଷାନୁଷ୍ଠାନର ପରିସରକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଳିଛି।






