Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋବର ଓ ଗୋମୁତ୍ରରେ ଗାଧୋଇଲେ ଲୋକ, ଚାଲିଯିବ କରୋନା

by ସଞ୍ଜୟ ସ୍ୱାଇଁ
May 12, 2021
in Health, NATIONAL NEWS
ଗୋବର ଓ ଗୋମୁତ୍ରରେ ଗାଧୋଇଲେ ଲୋକ, ଚାଲିଯିବ କରୋନା
369
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା) କରୋନା ମହାମାରୀ ଦ୍ୱିତୀୟ ଲହର ଭାରତରେ ସବୁଠାରେ ଅଧିକ ପ୍ରଭାବ ପକାଇଛି । ଗାଁରେ ମଧ୍ୟ ଏବେ ଲୋକମାନେ କରୋନା ସଂକ୍ରମିତ ହେଉଛନ୍ତି । ଏହି କାରଣରୁ ବହୁ ଅସହାୟ ଲୋକ ଭାଇରସରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟକୁ ଗ୍ରହଣ କରୁଛନ୍ତି । ତେବେ ଡାକ୍ତରମାନେ ଲଗାତାର ଭାବରେ ଏହି ଉପାୟଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି । ଗୁଜୁରାଟର କିଛି ଲୋକ ଗୋଶାଳାକୁ ଯାଇ ନିଜ ଶରୀରରେ ଗୋବର ଓ ଗୋମୁତ୍ର ଲଗାଉଚନ୍ତି । ଏହି ଲୋକଙ୍କ ମତରେ ଏହାଦ୍ୱାରା କରୋନା ସହ ଲଢ଼ିବା ପାଇଁ ଇମ୍ୟୁନିଟି ମଜବୁତ ହୋଇପାରିବ ଓ କରୋନା ହେବା ସ୍ଥିତିରେ ଏହି ବିପଦଜନକ ଭାଇରସଠାରୁ ନିଜକୁ ରକ୍ଷା କରିପାରିବେ । ଏକ ଫାର୍ମା କମ୍ପାନୀର ଆସୋସିଏସ ମ୍ୟାନେଜର ଗୌତମ ମଣିଲାଲ ବୋରିସା କହିଛନ୍ତି, ଗୋଶାଳାକୁ ବହୁ ଡାକ୍ତର ମଧ୍ୟ ଆସୁଛନ୍ତି । ତାଙ୍କ ମତରେ ଗାଈର ଗୋବର ଓ ମୁତ୍ରରୁ ଇମ୍ୟୁନିଟି ଭଲ ହୁଏ । ଏହାପରେ ସେମାନେ କରୋନା ରୋଗୀଙ୍କ ଚିକିତ୍ସା ବିନା ଭୟରେ କରିଥାନ୍ତି । ଗୌତମ ଏହା ମଧ୍ୟ କହିଛନ୍ତି ଯେ, ଗତ ବର୍ଷ ସେ କରୋନା ପଜିଟିଭ ହୋଇଥିଲେ, କିନ୍ତୁ ଏହି ପ୍ରଣାଳୀରେ ସେ ଏଭଳି ବିପଦ ଜନକ ଭାଇରସକୁ ହରାଇ ପାରିଥିଲେ । ଏହି ଲୋକମାନେ ଗୋଶାଳା ଯାଇ ଗୋବର ଓ ଗୋମୁତ୍ର ଲଗାଇ ଏହାପରେ ଯୋଗ କରିଥାନ୍ତି । ତେବେ ଭାରତର ବହୁ ଡାକ୍ତର ଓ ବୈଜ୍ଞାନିକମାନେ ଲଗାତାର କରୋନାର ମନଗଢ଼ା ଚିକିତ୍ସା ପଦ୍ଧତିକୁ ନେଇ ଚେତାବନୀ ଜାରି କରିଛନ୍ତି । ଏହି ଡାକ୍ତରଙ୍କ କହିବା ଅନୁସାରେ, ଏଭଳି କରିବା ଦ୍ୱାରା ଲୋକଙ୍କର ସ୍ଥିତି ଅଧିକ ଜଟିଳ ହୋଇପାରେ । ଏହି ମାମଲାରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ନ୍ୟାସନାଲ ପ୍ରେସିଡେଣ୍ଟ ଡାକ୍ତର ଜେଏ ଜୟଲାଲ କହିଛନ୍ତି, ଏହି କଥାର କୌଣସି ବିଜ୍ଞାନ ସମ୍ମତ ପ୍ରମାଣ ନାହିଁ ଯେ ଗୋବର ଓ ଗୋମୁତ୍ରରୁ ଇମ୍ୟୁନିଟି ଶକ୍ତି ବଢ଼ିଥାଏ । ଗୋବର ଖାଇବା କିମ୍ବା ଲଗାଇବା ଦ୍ୱାରା କରୋନା ସଂକ୍ରମଣ ବିପଦ ବଢ଼ିଯାଏ । କାରଣ ଗୋମୁତ୍ର ଓ ଗୋବରର ଥେରୋପି ନେବା ପାଇଁ ବହୁଚ ଲୋକ ଗୋଟିଏ ସ୍ଥାନରେ ଗହଳି କରିଥାନ୍ତି ଫଳରେ ସାମାଜିକ ଦୂରତ୍ୱ ନରହିବା କାରଣରୁ ସ୍ଥିତି ଆହୁରି ବିଗିଡିପାରେ । କେବଳ ସେତିକି ନୁହେଁ ଗୋବର ଲଗାଇବା ଦ୍ୱାରା ମଣିଷ ଶରୀରରେ ଅନ୍ୟ ରୋଗ ହୋଇପାରେ ବୋଲି ଡାକ୍ତର ଜେଏଲ ଜୟଲାଲ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!