ନୟାଗଡ଼, (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ ଦୋକାନ ଉପରେ ଚଢିଗଲା ଗ୍ୟାସ ବୋଝେଇ ଟ୍ରକ୍ । ଯାହାଫଳରେ ଟ୍ରକଟି ଓଲଟିପଡିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଘଟିଛି ଫୁଲନଖରା ବମ୍ଫକୁଦ ନିକଟରେ । ସୂଚନାନୁସାରେ, କଟକ ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ଫୁଲନଖରା ନିକଟରେ ଥିବା ବମ୍ଫକୁଦ ନିକଟରେ ଏଚପି ଗ୍ୟାସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଏକ ପରିବା ଦୋକାନ ଉପରକୁ ଚଢିଯାଇ ଓଲଟି ପଡିଥିଲା । ଯାହାଫଳରେ ପରିବା ଦୋକାନଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।





