Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାରାଷ୍ଟ୍ରର ବଦଲାପୁର କାରଖାନାରୁ ଗ୍ୟାସ୍‌ ଲିକ୍‌ ; ଶ୍ବାସ ପ୍ରଶ୍ବାସରେ କଷ୍ଟ

by ସଞ୍ଜୟ ସ୍ୱାଇଁ
June 4, 2021
in NATIONAL NEWS
ମହାରାଷ୍ଟ୍ରର ବଦଲାପୁର କାରଖାନାରୁ ଗ୍ୟାସ୍‌ ଲିକ୍‌ ; ଶ୍ବାସ ପ୍ରଶ୍ବାସରେ କଷ୍ଟ
68
VIEWS
Share on FacebookShare on Twitter

ମୁମ୍ବାଇ,(ବାଘୁଆବାର୍ତ୍ତା): ଗତରାତିରେ ମହାରାଷ୍ଟ୍ରର ବଦଲାପୁରସ୍ଥିତ ରାସାୟନିକ କାରଖାନାରୁ ଗ୍ୟାସ୍‌ ଲିକ୍‌ ହେବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଯାଇଛନ୍ତି। ଶିରଗାଓଁ ଏମ୍‌ଆଇଡିସିରେ ଅବସ୍ଥିତ ‘ନୋବେଲ୍‌ ଇଣ୍ଟର୍‌ମିଡିଏଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଏହି କାରଖାନା ଠାରୁ ତିନି କିଲୋମିଟର୍ ବ୍ୟାସାର୍ଦ୍ଧବ୍ୟାପୀ ବସବାସ କରୁଥିବା କେତେକ ଲୋକ ନିଶ୍ବାସପ୍ରଶ୍ବାସ ଏବଂ ଆଖି ପୋଡ଼ାଜନିତ କଷ୍ଟ ହୋଇଥିବା ଅଭିଯୋଗ କରିଥିଲେ। ଗୁରୁବାର ରାତି ପ୍ରାୟ ୧୦.୨୨ରେ ଅଘଟଣ ଘଟିଥିବା ଏବଂ ଘଣ୍ଟାକ ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିବା କଥା ଥାନେ ମ୍ୟୁନିସ୍‌ପାଲ୍‌ କର୍ପୋରେସନ୍‌ କହିଛି। ଗଣମାଧ୍ୟମ ସୂଚନା ଅନୁସାରେ, ଗୁରୁବାର ରାତି ୧୦.୨୨ରେ ମହାରାଷ୍ଟ୍ରର ବଦଲାପୁରସ୍ଥିତ ଗୋଟାଏ କାରଖାନାରୁ ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ଅଞ୍ଚଳବାସୀ ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିବା କହିଛନ୍ତି। ରାତି ୧୧.୨୪ରେ ଅଗ୍ନିଶମବାହିନୀ ଗ୍ୟାସ୍‌ ଲିକ୍‌ ବନ୍ଦ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କେହି ଆହତ ହୋଇ ନାହାନ୍ତି। ମାତ୍ରାଧିକ ଉତ୍ତାପ ଯୋଗୁଁ ରାସାୟନିକ ପ୍ରତିକ୍ରିୟା ସଂଘଠିତ ହୋଇ ଗ୍ୟାସ୍‌ ଲିକ୍‌ ହୋଇଥିବା କଥା ମହାନଗର ନିଗମ କହିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଅଳ୍ପ କେତେଜଣ ବ୍ୟକ୍ତିଙ୍କୁ ଆଖପାଖ ଅଞ୍ଚଳର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସାମାନ୍ୟ ଚିକିତ୍ସା କରାଯିବା ପରେ ଛାଡ଼ିଦିଆଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!