ୟୁନିଟେକ ବାର୍ଷିକୋତ୍ସବ ଅନୁଷ୍ଠିତ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଅବସ୍ଥିତ ୟିନିଟେକ ଇନଷ୍ଟିଟଚ୍ୟୁଟର ବାର୍ଷିକୋତ୍ସବର ଦ୍ୱିତୀୟ ତଥା ଉଦ୍ଯାପନି ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଗଳ୍ପ ସାହିତ୍ୟର ଜଣାଶୁଣା ବ୍ୟକ୍ତିତ୍ୱ ଅରବିନ୍ଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚାଟାର୍ଡ଼ ଆକାଉଣ୍ଡାଟ ବିଭୂତି ଭୂଷଣ ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାୟ ଛାତ୍ରଛାତ୍ରୀମାନଙ୍କୁ ଚାରିଟି ଗଳ୍ପ ମାଧ୍ୟମରେ ବହୁ ହିତୋପଦେଶ ଦେବା ସହ ପାଠକୁ କାର୍ଯ୍ୟରେ ଲଗାଇବା ପାଇଁ ଏକ ସ୍ୱତନ୍ତ୍ର କଳାର ଆବଶ୍ୟକତା ରହିଥିବା କହିଛନ୍ତି । ସେହିଭଳି ଜୀବନରେ ଅସଂଖ୍ୟ ସୁଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ସୁଯୋଗକୁ ଛାତ୍ର ଗ୍ରହଣ କରି ପାରିଲେ ଚଲାପଥ କୁସୁମୀତ ହେବ ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମିଶ୍ର ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବାକୁ ତପସ୍ୟା ବଦ୍ଧ ହେବା ଆବଶ୍ୟକ ବୋଲି କହିଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ୟୁନିଟେକର ଅଧ୍ୟକ୍ଷ ପ୍ରଦୀପ କୁମାର ପୃଷ୍ଟି, ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ, କୃଷ୍ଣ ପ୍ରସାଦ ମହାପାତ୍ର ପ୍ରମୂଖ ଉପସ୍ଥିତ ଥିବା ବେଳେ ୟୁନିଟେକ୍ର ନିର୍ଦ୍ଦେଶକ ପ୍ରବୀର କୁମାର ପୃଷ୍ଟି ବାର୍ଷିକ ବୀବରଣୀ ପାଠ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗତବର୍ଷ +୨ରେ ୮୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ ୧୫ ହଜାର ଟଙ୍କା ଲେଖାଁଏ ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଭଏସ ଅଫ୍ ନୟାଗଡ଼ ସିଜିନ-୨ର ବିଜେତା ମୋନାଲିସା ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୟୁଟିଟେକ ଡ୍ରିଗ୍ରୀ କଲେଜ, +୨ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।