ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗାଁ ଦାଣ୍ଡରେ ଏକ ଶବ ରାତିରୁ ପଡ଼ି ରହିଥିବା ଜଣାଯାଇଛି । ଗାଁର ପ୍ରଫୁଲ ଡାକୁଆଙ୍କର ଗତକାଲି ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶବ ସତ୍କାର କରାନଯାଇ ଗାଁ ଦାଣ୍ଡରେ ପଡ଼ି ରହିଥିବା ଜଣାଯାଇଛି । ପ୍ରଫୁଲଙ୍କୁ ପୂର୍ବରୁ ଗାଁରେ ଏକ ଘରକିଆ କରାଯାଇଥିବା ବେଳେ ଗତକାଲି କାହିଁକି ତାଙ୍କ ଶବ ଉଠି ନାହିିଁ, ସେ ନେଇ ସୂଚନା ମିଳିପାରି ନାହିଁ । ଘଟଣାସ୍ଥଳରେ ଶରଣକୂଳ ଥାନା ପୁଲିସ ଏବଂ ତହସିଲଦାର ପହଂଚି ଗାଁ ଲୋକଙ୍କୁ ବୁଝାଶୁଝା କରୁଥିବା ଜଣାଯାଇଛି ।





