ନୟାଗଡ଼,(ବାଘୁଆବାର୍ତ୍ତା): ଗଞ୍ଜେଇ ଚାଲାଣର ଭୂସ୍ୱର୍ଗ ଭୁବନେଶ୍ୱର ପାଲଟିଥିବା ବେଳେ ମାଧ୍ୟମ ପାଲଟିଛି ନାମିଦାମୀ ଗାଡ଼ି । କିଛିଦିନ ତଳେ ଦାମୀ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ଜବତ କରିଥିବା ବେଳେ ଆଜି ପୁଣି ଏକ ହୁଣ୍ଡାଇ ଭେନୁ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଧରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଗାଡ଼ିରୁ ୨୨କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ସୁଶାନ୍ତ ସାହୁ(୩୩) ଓ ଗଗନ ମାଝି(୨୪)ଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, କଟକ ଚଣ୍ଡିଖୋଲ ରାସ୍ତା ଠାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ହୁଣ୍ଡାଇ ଭେନୁ କାର ଉପରେ ସନ୍ଦେହ ହୋଇଥିଲା । ଉକ୍ତ କାରକୁ ଅଟକାଇଥିଲେ ମଧ୍ୟ କାରଟି ଅଟକିନଥିଲା । ତେଣୁ କାର୍କୁ ପିଛାକରି ଧରିବାରେ ସଫଳ ହୋଇଥିଲା ଅବକାରୀ ଗୁଇନ୍ଦା ବିଭାଗ । ୨୨କିଲୋ ଗଞ୍ଜେଇ ଜବତ କରିବା ସହିତ ଦୁଇ ଅଭିଯୁକ୍ତକୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨ଲକ୍ଷ ୨୦ ହଜାର ହେବ ବୋଲି ଅନୁମାନ ହୋଇଥିବା ଜଣାପଡିଛି ।





