Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଣେ ଗଞ୍ଜେଇ ବେପାରୀକୁ ବାନ୍ଧିଲା ଜିଲ୍ଲା ମୋବାଇଲ ଅବକାରୀ ସ୍କ୍ୱାଡ

by ସଞ୍ଜୟ ସ୍ୱାଇଁ
April 16, 2024
in Crime, Nayagarh, State
ଜଣେ ଗଞ୍ଜେଇ ବେପାରୀକୁ ବାନ୍ଧିଲା ଜିଲ୍ଲା ମୋବାଇଲ ଅବକାରୀ ସ୍କ୍ୱାଡ
182
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୋବାଇଲ ଅବକାରୀ ସ୍କ୍ୱାଡ ବିଭାଗକୁ ମିଳିଛି ବଡ଼ ସଫଳତା । ଜଣେ ଯୁବକଙ୍କ ଠାରୁ ୪ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପାଚିଲା ଆମ୍ବ ସାହି ସିକୋ ଗ୍ରାମର ମଙ୍ଗୁଳି ମହାରଣାଙ୍କ ପୁଅ ପ୍ରତାପ ମହାରଣାଙ୍କୁ ଅବକାରୀ ସ୍କ୍ୱାଡ ଗିରଫ କରିଛି । ଅବକାରୀ ସ୍କ୍ୱାଡ ଆଜି ସକାଳ ୯ଟା ସମୟରେ ନୟାଗଡ଼ ଟାଉନ ଥାନା ଅଧିନସ୍ଥ ତୁଳସୀପୁର ସାଇବାବା ମନ୍ଦିର ନିକଟରୁ ତାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୪ କେଜି ଗଞ୍ଜେଇ ଜବତ କରିଛି । ନୟାଗଡ଼ ଜିଲ୍ଲା ମୋବାଇଲ ଅବକାରୀ ସ୍କ୍ୱାଡ ବିଭାଗରେ ୧୪/୨୪ ରେ ମାମଲା ରୁଜ କରି ଉକ୍ତ ଯୁବକକୁ କୋର୍ଟ ଫରୁୱାର୍ଡ କରାଯାଇଛି । ନୟାଗଡ଼ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ୍ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଳା ଅବକାରୀ ସ୍କ୍ୱାଡର ଆଇଆଇସି ବିଷ୍ଣୁ ଚରଣ ମଲ୍ଲିକ, ଏଏସଆଇ ବିଦ୍ୟାଧର ପ୍ରଧାନ, କନେଷ୍ଟବଳ ଦେବୀପ୍ରସାଦ ପାଣି, ନୀଳରୋହିତ ମଲ୍ଲିକ ଓ ପ୍ରସନ୍ନ ସେଠୀ ଏହି ଚଢ଼ଉରେ ସାମିଲ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!