ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଜଣେ ଯୁବକଙ୍କ ଠାରୁ ୩ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୪ ହଜାର ଟଙ୍କା ହେବ । ନୂଆଗାଁ ଥାନା ନଇତିଲା ଗ୍ରାମର ଅନାତ ଜଟିଙ୍କ ପୁଅ ଗୁନେନ୍ଦ୍ର କୁମାର ଜଟିଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଅବକାରୀ ବିଭାଗ ଆଜି ସକାଳ ୯ଟା ବେଳେ ନୂଆଗାଁ ଥାନା ଉଦୟପୁର ଛକଠାରେ ତାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୩ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିଛି । ନୟାଗଡ଼ ଅବକାରୀ ବିଭାଗରେ ୯/୨୪ ରେ ମାମଲା ରୁଜ କରି ଉକ୍ତ ଯୁବକକୁ କୋର୍ଟ ଫରୁୱାର୍ଡ କରାଯାଇଛି । ନୟାଗଡ଼ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ୍ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଅବକାରୀ ବିଭାଗର ଓଆଇସି ଦୀପକ କୁମାର ଜେନା, ଏଏସଆଇ ସୁଧୀର କୁମାର ମଲ୍ଲୀକ, କନେଷ୍ଟବଳ କୃଷ୍ଣଚନ୍ଦ୍ର ପରିଡ଼ା, ସନ୍ତୋଷ କୁମାର ପ୍ରଧାନ ଓ ହରପ୍ରିୟା ମଲ୍ଲିକ ଏହି ଚଢ଼ଉରେ ସାମିଲ ହୋଇଥିଲେ ।





