ଗଞ୍ଜାମ,(ବାଘୁଆବାର୍ତ୍ତା): ଆଜି ବ୍ରହ୍ମପୁର ଟାଉନ୍ହଲ ପରିସରରେ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅଲ୍ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଅନୁବନ୍ଧିତ ବିଜୁ ଶ୍ରମିକ ସାମ୍ମୁଖ୍ୟର କର୍ମୀମାନଙ୍କୁ ନେଇ ଗଞ୍ଜାମ ଜିଲ୍ଲା ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁବାଷ ସିଂ, ଗଞ୍ଜାମ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ ଓ ବିଧାୟୀକା ମାନେ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାରେ ପ୍ରଗତିର ରଥ କେମତି ଗଡ଼ିବ ଏବଂ ଅଙ୍ଗନବାଡି ସହାୟୀକା ଓ କର୍ମୀମାନେ କେମିତି ତାଙ୍କ ପ୍ରାପ୍ୟ ପାଇବେ ଏବଂ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ଅସୁବିଧା କିଭଳି ସମାଧାନ ହୋଇ ପରିବା ଉକ୍ତ କାର୍ଯ୍ୟାକ୍ରମରେ ତାହା ଆଲୋଚନା କରାଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସେ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉପସ୍ଥିତ ରହି ସୁଚିନ୍ତିତ ମତବ୍ୟକ୍ତ କରିଥିବା ଜଣାପଡିଛି ।





