Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜାମର ମାଟି ମହାନ : ଅରୁଣ

by ସଞ୍ଜୟ ସ୍ୱାଇଁ
January 26, 2020
in Feature News
ଗଞ୍ଜାମର ମାଟି ମହାନ : ଅରୁଣ
42
VIEWS
Share on FacebookShare on Twitter

୭୧ ତମ ସାଧାରଣତନ୍ତ୍ର ଦିବସ

ଗଞ୍ଜାମ, (ବାଘୁଆବାର୍ତ୍ତା) : ଜିଲ୍ଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଆୟୋଜିତ ପ୍ୟାରେଡରେ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆମ ସମ୍ବିଧାନ ପୃଥିବୀର ସର୍ବ ବୃହତ୍ତ ଲିଖିତ ସମ୍ବିଧାନ । କୋଟି କୋଟି ଭାରତୀୟଙ୍କ ଆଶା ଓ ସ୍ୱପ୍ନ ପ୍ରତିଫଳିତ ହୋଇଛି ଆମ ସମ୍ବିଧାନରେ । ଏହି ତିଥିରେ ଡ. ଭୀମ ରାଓ ଆମ୍ବେଦ କରଙ୍କ ପରି ସମସ୍ତ ସଦସ୍ୟଙ୍କ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସେହିପରି ଭାବରେ ଗଞ୍ଜାମ ଜିଲ୍ଲାର ସଂଗ୍ରାମୀ ମାନଙ୍କ ଅସୀମ ତ୍ୟାଗ, ସାହାସ ଓ ସାଲିସ ବିହୀନ ସଂଗ୍ରାମ ଓଡ଼ିଶା ବାସୀଙ୍କ ଭିତରେ ଶିହରଣ ସୃଷ୍ଟି କରେ । ଘୁମୁସୁର ବିଦ୍ରୋହ, ପାରଳଖେମୁଣ୍ଡିରେ ସ୍ୱାଧିନତା ସଂଗ୍ରାମର ପଦଧ୍ୱନୀ ଆଜିକା ଦିନରେ ମନେ ପକାଇବାର ଅଛି । ଓଡ଼ିଶାର ପ୍ରଥମ ଖଦି କେନ୍ଦ୍ର ଗଞ୍ଜାମରେ ଥିଲା ବୋଲି ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିବା ସହ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କୁ ଜନ୍ମ ଦେଇ ଏ ମାଟି ଆଜି ଗର୍ବିତ । ଅନ୍ୟ ଏକ ପକ୍ଷରେ ପୂର୍ବତନ ରାଷ୍ଟ୍ରପତି ଭି.ପି ଗିରି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରି କୃତ୍ତି ସନ୍ତାନ ଏ ମାଟିର ଗୈାରବ ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି । ସେହିପରି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାଟି ପାଇଁ ମହାନ । ପର୍ଯ୍ୟଟନ କ୍ଷେତ୍ରରେ ସାରା ଓଡ଼ିଶାରେ ଗଞ୍ଜାମ ଜିଲ୍ଲା ପରିଚିତ । ଦଣ୍ଡଯାତ୍ରା, ଦୋଳ ଯାତ୍ରା, ଠାକୁରାଣୀ ଯାତ୍ରା ଏମାଟିର ପୁରପଲ୍ଲୀରେ ପରିଚିତ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ୫ଟି, ମୋ ସରକାର, ମୋ ସ୍କୁଲ, ମୋ କଲେଜ, କୃଷି ଓ କୃଷକ ସଶକ୍ତି କରଣ, କୃଷି କରଣ ନୀତି ପାଇଁ ଓଡ଼ିଶା ଆଜି ସାରା ଭାରତ ବର୍ଷରେ ପରିଚୟ ସୃଷ୍ଟି କରିଛି ବୋଲି ମନ୍ତ୍ରୀ କହିଛନ୍ତି । ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ସ୍ୱାଧିନତା ସଂଗ୍ରାମୀ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ମନ୍ତ୍ରୀ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!