ଗଣିଆ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ଏବଂ ରେଂଜର ସୋନାଲି ସିଓଙ୍କ ଉଦ୍ୟମରେ ଏକ ଅଲ୍ଟୋ କାରରୁ ଗଞ୍ଜେଇ ଜବତ ହୋଇଛି । ସୂଚନାନୁସାରେ, ଗତକାଲି ରାତିରେ ଏହି ଅଲ୍ଟୋ କାରରେ ଗଞ୍ଜେଇ ଆସୁଥିବା ନେଇ ଗଣିଆ ଥାନା ଅଧିକାରୀ କୈାଣସି ସୁତ୍ରରୁ ଖବରପାଇ ବନବିଭାଗକୁ ଜଣାଇଥିଲେ । ବନବିଭାଗ କର୍ମଚାରୀ ଘୋଳାହାଣ୍ଡି ନିକଟରେ ଗାଡ଼ିକୁ ଧରିବାରେ ସକ୍ଷମ ହୋଇଥିବା ଜଣାଯାଇଛି । ଏହି କାରରେ ୭୦ କେଜି ଗଞ୍ଜେଇ ଯାଉଥିବା ବେଳେ ଗାଡ଼ି ଓ ଗଞ୍ଜେଇ ଏବେ ବନବିଭାଗ ହେପାଜତରେ ରହିଛି । ଅନ୍ୟପକ୍ଷେ ଗାଡ଼ି ଚାଳକ ଫେରାର ହୋଇ ଯାଇଥିବା ବେଳେ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ମଧ୍ୟ ଜଣାଯାଇଛି ।
ଋିର୍ପୋଟ – ଲକ୍ଷ୍ମୀଧର ସ୍ୱାଇଁ






