ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅନ୍ତର୍ଗତ କୁଆଁରିଆ ଛକ ନିକଟରୁ ଦଶପଲ୍ଲା ଅବକାରୀ ବିଭାଗ ମଙ୍ଗଳବାର ଦିନ ଚଢାଉ କରି ସ୍କୁଟି ସହ ୯ କେଜି ଗଞ୍ଜେଇ ଜବତ କରିବା ସହିତ ଘଟଣାରେ ଦୁଇ ଜଣଙ୍କୁ ଗିରଫ୍ କରାଯାଇଛି | ଗିରଫ୍ ଦୁଇ ଜଣ ସମ୍ପର୍କରେ ଶାଶୁ ଓ ଜ୍ୱାଇଁ ବୋଲି ଜଣାପଡିଛି | ଉଭୟେ ସାରଙ୍ଗଡ଼ ରୁ ଖଣ୍ଡପଡ଼ା (ନୟାଗଡ଼ ) ଯାଉଥିଲେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି | ଅବକାରୀ ଥାନା ଅଧିକାରୀ ଭବାନୀ ଶଙ୍କର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କରାଯାଇଥିବା ଚଢାଉରେ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ |





