Saturday, November 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁଖ୍ୟାତ ଗଞ୍ଜେଇ ମାଫିଆକୁ ମୁମ୍ବାଇ ନେଲା ଏନ୍‌ସିବି, ସେଲିବ୍ରିଟିଙ୍କୁ ଦେଉଥିଲା ଶିଳାବତୀ

by ସଞ୍ଜୟ ସ୍ୱାଇଁ
November 4, 2024
in Crime, State
କୁଖ୍ୟାତ ଗଞ୍ଜେଇ ମାଫିଆକୁ ମୁମ୍ବାଇ ନେଲା ଏନ୍‌ସିବି, ସେଲିବ୍ରିଟିଙ୍କୁ ଦେଉଥିଲା ଶିଳାବତୀ
82
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡିଶାର ଫୁଲବାଣୀ, ଗଜପତିରୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ମୁମ୍ବାଇ ପଠାଉଥିଲେ । ସେଠାକାର ଦଲାଲମାନେ ଗଞ୍ଜେଇ ବିକୁଥିଲେ । ଡିମାଣ୍ଡରେ ଥିଲା ଶୀଳାବତୀ । ଆଉ ବଲିଉଡର ଅନେକ ସେଲିବ୍ରିଟି ଏହି ‘ଶୀଳାବତୀ’ ନିଶାରେ ଝୁମୁଥିଲେ । ସିଣ୍ଡିକେଟର ମାଷ୍ଟରମାଇଣ୍ଡକୁ ମୁମ୍ବାଇ ନାର୍କୋଟିକସ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଓଡିଶାରୁ କାବୁ କରିଛି । ମୁମ୍ବାଇ ଏନ୍‌ସିବି ଟିମ୍‌ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବୁଲୁଆ ସାହିର ନିଲୁ ପରିଡ଼ାଙ୍କୁ ଉଠାଇଥିବା ସୂଚନା ମିଳିଛି । ରବିବାର ନିଲୁକୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଭୁବନେଶ୍ୱର ସିଜିଏମ୍‌ ଅଦାଲତରେ ହାଜର କରିବା ପରେ ଟ୍ରାନଜିଟ୍‌ ରିମାଣ୍ଡରେ ମୁମ୍ବାଇ ନିଆଯାଉଛି । ଏନ୍‌ସିବିଠାରୁ ମିଲିଥିବା ତଥ୍ୟ ମୁତାବକ, ଦୁଇ ମାସ ତଳେ ମୁମ୍ବାଇରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଏନ୍‌ସିବି ସୁଫିଆନ ଖାନ୍‌ ସମେତ ଦୁଇଜଣଙ୍କୁ ଗିରଫ କରିଥିଲା । ମୁମ୍ବାଇ ଏନ୍‌ସିବିରେ ଏନେଇ ୨୩/୨୦୨୪ରେ ଏକ ମାମଲା ରୁଜୁ ହୋଇଥିଲା । ୨ଜଣଙ୍କୁ ଜେରା ବେଳେ ସେମାନେ ଗଞ୍ଜାମର ନିଲୁ ପରିଡ଼ା ଗଞ୍ଜେଇ ମଗାଉଥିବା ମାନିଥିଲେ । ସେବେଠୁ ଏନ୍‌ସିବି ନିଲୁକୁ ଖୋଜୁଥିଲା । କିନ୍ତୁ ନିଲୁ ଫେରାର୍‌ ହୋଇଯାଇଥିଲା । ଶନିବାର ବେଗୁନିଆପଡ଼ା ପୁଲିସ ସହଯୋଗରେ ତାଙ୍କୁ ଗିରଫ କରାଯାଇଛି । ନିଲୁ ନାଁରେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ମାମଲା ରହିଛି । ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀରେ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା । ବେଗୁନିଆପଡ଼ା ଥାନାରେ ୮୦/୨୦୨୪ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ନିଲୁ ଫେରାର ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ସେ ହାଇକୋର୍ଟରୁ ଜାମିନ୍‌ ଆଣି କୋର୍ଟରେ ଆତ୍ମସମର୍ପଣ କରିଥିଲା । ଗଞ୍ଜାମ ଜିଲ୍ଲାର ଅନେକ ମାଫିଆ ଏବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଛନ୍ତି । ବିଶେଷ ଭାବେ କୋଦଳା ଓ ବେଗୁନିଆପଡ଼ା ଥାନା ଅଞ୍ଚଳରେ ରହି ଦେଶର ବିଭିନ୍ନ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିବା ଜଣାଯାଉଛି । କୋଦଳା ଅଞ୍ଚଳରେ ଦୁଇଜଣ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବି ବ୍ୟାଜ୍ୟାପ୍ତ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!