Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ଜବତ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
December 13, 2024
in Crime, State
ଗଞ୍ଜେଇ ଜବତ, ଜଣେ ଗିରଫ
37
VIEWS
Share on FacebookShare on Twitter

ବୀରମିତ୍ରପୁର, (ବାଘୁଆବାର୍ତ୍ତା): ବୀରମିତ୍ରପୁର ସୀମାନ୍ତ ଝାଡ଼ଖଣ୍ଡର ବାଉଁଶଯୋର ପୁଲିସ ଫାଣ୍ଡି ଆନ୍ତର୍ଗତ ଖମନଡାଣରେ ପୁଲିସ ଏକ ଘରୋଇ ବସ୍‌ରୁ ପ୍ରାୟ ସାଢ଼େ ୪ କେଜି ଗଞ୍ଜେଇ ଜବତ କରିଥିବାବେଳେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଉଛନ୍ତି ବିହାର ରାଜ୍ୟର ଡାଲଟନଗଞ୍ଜ ଜିଲ୍ଲା ଅନ୍ତର୍ଗତ ଉଟାରି ରୋଡ୍‌ ଥାନା ଅଞ୍ଚଳର ମଞ୍ଜିତ ବୈଠା(୫୧)। ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ବାଉଁଶଯୋର ପୁଲିସ ଫାଣ୍ଡିର ଖମନଡାଣ ନିକଟରେ ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ କରାଯାଇଛି। ଏହି ରାସ୍ତାଦେଇ ଯାତାୟତ କରୁଥିବା ଯାନବାହନକୁ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି। ପୁଲିସ ପକ୍ଷରୁ ରାଉରକେଲାରୁ ବିହାର ରାଜ୍ୟର ଡାଲଟନଗଞ୍ଜ ଯାଉଥିବା ଏକ ଘରାଇ ବସ୍‌ ନଂ ଓଡି ୧୬ ଜେ ୩୬୭୭କୁ ବାଉଁଶଯୋର ଫାଣ୍ଡି ଅଧିକାରୀ ମିର୍ଜା ଓରାମ, ଏସ୍‌ଆଇ ବିଦ୍ୟାସାଗର ଚୌରସିଆ ପ୍ରମୁଖ ପୁଲିସଦଳ ସହ ଯାଞ୍ଚ କରୁଥିବାବେଳେ ଏକ ବ୍ୟାଗ୍‌ରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ବ୍ୟାଗ୍‌ ମାଲିକ ମଞ୍ଜିତ ବୈଠାଙ୍କୁ ପୁଲିସ ଗିରଫ କରିଥିଲା। ବ୍ୟାଗ୍‌ରୁ ୪ କେଜି ୫୬୪ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଥିଲା। ଆଜି ଘଟଣା ସମ୍ପର୍କରେ ସିମଡେଗା ପୁଲିସ ଉପଖଣ୍ଡ ଅଧିକାରୀ ବୈଜୁ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ବାଉଁଶଯୋର ପୁଲିସ ଗତ ଏକମାସ ଭିତରେ ୯ଟି ବସ୍‌ରୁ ୧୨୫.୩୬ କେଜି ଗଞ୍ଜେଇ ଜବତ କରିବା ସହ ୧୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ବାଉଁଶଯୋର ଫାଣ୍ଡି ଅଧିକାରୀ ମିର୍ଜା ଓରାମ, ବିଦ୍ୟାସାଗର ଚୌରାସିୟା, ଶ୍ୟାମସୁନ୍ଦର ପ୍ରସାଦ ସିଂହ, ବିଜୟ ବଡ଼ାଇକ, ପାଉସ କିଣ୍ଡୋ, ସିତେଶ ତିର୍କି, ବିନାୟକ କୁମାର ପାଣ୍ଡେ ଓ ବୀରେନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏକମାସ ଭିତରେ ଝାଡ଼ଖଣ୍ଡ ପୁଲିସ ୧୨ ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିବାବେଳେ ସମସ୍ତ ଅଭିଯୁକ୍ତ ବୀରମିତ୍ରପୁର ବାଟଦେଇ ଖୁଲମଖୁଲା ବସ୍‌ରେ ଚାଲାଣ କରୁଥିଲେ। ବୀରମିତ୍ରପୁର ପୁଲିସ ନାକତଳେ ଗଞ୍ଜେଇ ଚୋରାଚାଲାଣ ହେଉଥିଲେ ବି ସ୍ଥାନୀୟ ପୁଲିସ ଜଣିପାରୁ ନଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!