Sunday, September 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୫୩ କିଲୋ ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
February 27, 2025
in Crime, State
୧୫୩ କିଲୋ ଗଞ୍ଜେଇ ଜବତ
51
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା):  କରଞ୍ଜିଆ ଅବକାରୀ ବିଭାଗର ବଡ ଧରଣର ଚଡାଉ । ଏହି ଚଢାଉରେ ବେଆଇନ ଭାବେ ଗଚ୍ଛିତ ରଖିଥିବା ଦେଢ଼ କ୍ୟୁଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ରରୁଆଁ ଥାନା ଅନ୍ତର୍ଗତ ଟାଙ୍ଗୀଆ ଗ୍ରାମରୁ ଗିରଫ କରିଛି ଅବକାରୀ ବିଭାଗ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଟାଙ୍ଗୀଆ ଗ୍ରାମରେ ଏଭଳି ଘଟଣା ଘିଟିଛି । ସୂଚନା ମୁତାବକ, ଗୁରୁବାର କରଞ୍ଜିଆ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ପାଟ୍ରୋଲିଂ କରୁଥିଲା ।

ଏହି ସମୟରେ ଟାଙ୍ଗୀଆ ଗାଁର ଜଣଙ୍କ ଘରେ ବେଆଇନ୍‌ ଭାବରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା । ଖବର ପାଇ ରରୁଆଁ ଥାନା ଅନ୍ତର୍ଗତ ଟାଙ୍ଗୀଆ ଗାଁରେ ଅତର୍କିତ ଚଡାଉ କରିଥିଲା । ସେହି ଗ୍ରାମର ବିକାଶ ଚନ୍ଦ୍ର ଗିରି ନାମକ ବ୍ୟକ୍ତି ବେଆଇନ ଭାବେ ନିଜ ଘରେ ୧୫୩ କିଲୋ ଗଞ୍ଜେଇ ରଖିଥିଲେ । ଅବକାରୀ ବିଭାଗ ଚଡାଉ କରି ସମସ୍ତ ଗଞ୍ଜେଇ ସହିତ ବିକାଶ ଗିରିକୁ ଗିରଫ କରିବାରେ ସଫଳ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପ୍ରକାଶ କରିଛି ଅବକାରୀ ବିଭାଗ । ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି କରଞ୍ଜିଆ ଅବକାରୀ ବିଭାଗ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!