Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪୧୬ କେଜି ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
February 17, 2025
in Crime, State
୪୧୬ କେଜି ଗଞ୍ଜେଇ ଜବତ
73
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଡକୁଡିଙ୍ଗ୍ ଛକ ନିକଟରେ ଏକ ପିକଅପ୍‌ ଗାଡ଼ିରୁ ୧୮ ଟି ଜରିବସ୍ତାରେ ଭର୍ତ୍ତି ଗଂଞ୍ଜେଇକୁ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଓଜନ ୪୧୬ କେଜି ହେବ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଗାଡ଼ିର ଡ୍ରାଇଭର ଏବଂ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି । ରାୟଗଡା ଜିଲ୍ଲା ଗୁଡାରି ଥାନା ବଡକୁଡିଙ୍ଗ୍ ଛକ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମତାବକ, ଏକ ପିକଅପ୍‌ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଖବର ପାଇ ଉକ୍ତ ଗାଡିର ପିଛା କରିଥିଲା ପୋଲିସ । ଏହା ଦେଖି ଗାଡି ଚାଳକ ଏବଂ ଗଞ୍ଜେଇ ମାଫିଆ ବଡକୁଡିଙ୍ଗି ଛକ ନିକଟରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା । ଏହି ଗାଡିରେ ଗଂଞ୍ଜେଇ ଭର୍ତ୍ତି ହୋଇ ଗୁଡାରିରୁ ଗୁମୁଡା ଅଭିମୁଖେ ଚାଲାଣ ହେଉଥିଲା । ଏହାପରେ ବାହାର ରାଜ୍ୟକୁ ଚାଲାଣ ହେବାର ଯୋଜନା ହୋଇଥାଇ ପାରେ ବୋଲି ଗୁଡାରି ପୋଲିସ ସନ୍ଦେହ କରୁଛି । ପୋଲିସ ଗାଡିକୁ ଜବତ କରିବା ସହ ସେଥିରେ ଥିବା ୧୮ ବସ୍ତା ଗଞ୍ଜେଇକୁ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଓଜନ ୪୧୬ କେଜି ରହିଥିବା ଜଣାପଡିଛି । ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଗଞ୍ଜେଇର ଓଜନ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଣର ଅଧିକା ତଦନ୍ତ ପୋଲିସ ଜାରି ରଖିଛି । ଏଥିରେ କିଙ୍ଗ୍ ପିନ୍ କିଏ, ଗାଡି ମାଲିକ କିଏ ଏବଂ ଚୋରାଚାଲାଣ ପଛରେ କେଉଁ ମାନେ ସଂମ୍ପୃକ୍ତି ରହିଛି ତାହାର ତଦନ୍ତ ଚଳାଇଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!