ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି । ନୟାଗଡ଼ ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ବିଶେଷ ସୁତ୍ରରୁ ଖବର ପାଇ ନୟାଗଡ଼ ଟ୍ରାଫିକ୍ ଛକଠାରୁ ଜଣେ ଗଞ୍ଜେଇ ବେପାରୀଙ୍କୁ ବାନ୍ଧିବାରେ ସଫଳ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସିନ୍ଦିରୀ ଗ୍ରାମର ଯଦୁମଣି ବିନ୍ଧାଣିଙ୍କ ପୁଅ ଗୋପ ବିନ୍ଧାଣୀକୁ ପୁଲିସ ଗିରଫ କରିଛି । ତାଙ୍କ ଠାରୁ ୬ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ମୁଲ୍ୟ ୬୪ ହଜାର ଟଙ୍କା ହେବ । ନୟାଗଡ଼ ଟାଉନ ଥାନାରେ କେସ୍ ନଂ – ୧୬୪/୨୪ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଫରୁୱାର୍ଡ କରିଛି ନୟାଗଡ଼ ଟାଉନ ଥାନା ପୁଲିସ ।





