Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ କୋଟିର ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
April 12, 2025
in Crime, State
୧୦ କୋଟିର ଗଞ୍ଜେଇ ଜବତ
55
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ପାଡ଼ୁଆ ପୋଲିସକୁ ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଚାରା ଗାଡ଼ିରୁ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ। ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପୋଲିସକୁ ଚକ୍‌ମା ଦେଇ ଫେରାର୍ ହୋଇଗଲା ଅନ୍ୟ ଜଣେ ଅଭିଯୁକ୍ତ। ବାହାର ରାଜ୍ୟକୁ ଲମ୍ଵିଛି ଚେର। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପିଓଙ୍କ ନେତୃତ୍ୱରେ ପାଡୁଆ ପୋଲିସ ପାଡୁଆ ନିକଟ ରାସ ଅଫିସ୍ ନିକଟରେ ନାକାବନ୍ଦୀ କରି ଜଗି ରହିଥିଲା। ଏହି ସମୟରେ ବିପରୀତ ଦିଗରୁ ଏକ ରାଜସ୍ଥାନ ରେଜିଷ୍ଟସନ୍ ନଂ ଆଇଚର ଗାଡ଼ି ଆସିଥିଲା। ସନ୍ଦେହ ହେବାରୁ ଉକ୍ତ ଗାଡ଼ିକୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ କରିବା ବେଳେ ଗାଡ଼ିର ଡ଼ାଲା ଭିତରୁ ନିମ ଚାରା ସହିତ ୧ ଟନ୍‌ର ଗଞ୍ଜେଇ ଜବତ ହୋଇଥିଲା। ଯାହାର ମୂଲ୍ୟ ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ଚଢାଉ କରି ଗାଡି ଡ୍ରାଇଭର୍‌କୁ କାବୁ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଏହି ମାମଲାରେ ପୋଲିସ ଏକ NDPS ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଗଞ୍ଜେଇ ସ୍ଥାନୀୟ ବୁଡିଂ ଗ୍ରାମରୁ ରାଜସ୍ଥାନକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ ଆହୁରି ଅନେକ ବ୍ୟକ୍ତି ସାମିଲ ଥିବା ନେଇ ସନ୍ଦେହ କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!