ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆକ୍ସନ ମୁଡରେ ଅଛି ନୟାଗଡ଼ ଅବକାରୀ ବିଭାଗ । ଦୁଇଟି ସ୍ଥାନରେ ଚଢ଼ଉ କରି ୧୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଯାହାର ମୂଲ୍ୟ ୧ ଲକ୍ଷ ୫ ହଜାର ଟଙ୍କା ହେବ । ଏଥି ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଫରୁୱାର୍ଡ କରିଛି । ସୁଚନାନୁସାରେ ନୂଆଗାଁ ଥାନା ରାମଚଣ୍ଡି ମନ୍ଦୀର ସାମ୍ନାରେ ଆଜି ସକାଳ ୫ ଘଣ୍ଟା ୩୦ ମିନିଟରେ ଅବକାରୀ ବିଭାଗ ଛକି ବସିଥିଲା । ବିହାର ରାଜ୍ୟର ମୁଜାଫରପୁର ଜିଲ୍ଲା ମିନାପୁର ଥାନା ରାମଟୋବାହାନ ଗ୍ରାମର ବିନୋଦଙ୍କ ପଟ୍ଟେଲଙ୍କ ପୁଅ ମନିଷ କୁମାରଙ୍କ ଠାରୁ ୫ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । କେସ୍ ନଂ-୧୧/୨୪-୨୫ ରେ ମାମଲା ରୁଜୁ କରି ତାକୁ କୋର୍ଟ ଫରୁୱାର୍ଡ କରିଛି । ସେହିପରି ଭାବେ ନୂଆଗାଁ ଥାନା କୃଷି ବିଭାଗ କାର୍ଯ୍ୟାଳୟ ସାମନାରୁ ଅବକାରୀ ବିଭାଗ ଦିନ ୧୧.୩୦ ମିନିଟରେ ଆଉ ଜଣଙ୍କ ଠାରୁ ୫ କେଜି ଗଞ୍ଜେଇ ଜବତ କରିଛି । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଆରବକା ଗ୍ରାମର କାଶୀସାନ୍ ଡିଗାଲଙ୍କ ପୁଅ ଅମର ଡିଗାଲଙ୍କ ଠାରୁ ଅବକାରୀ ବିଭାଗ ୫ କେଜି ଗଞ୍ଜେଇ ଜବତ କରିଛି । ଯାହାର ମୁଲ୍ୟ ୫୦ ହଜାର ଟଙ୍କା ହେବ । ନୟାଗଡ଼ ଅବକାରୀ ବିଭାଗ ପକ୍ଷରୁ ୧୨/୨୪-୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଫରୁୱାର୍ଡ କରିଛି । ଅବକାରୀ ସୁପରିଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶ କ୍ରମେ ସଦର ରେଞ୍ଜ ଅବକାରୀ ଇନିସ୍ପେକ୍ଟର ବିଷ୍ଣୁ ଚରଣ ମଲ୍ଲିକ, ଅବକାରୀ ମୋବାଇଲ ସ୍କ୍ୱାର୍ଡ ସବ୍ ଇନିସ୍ପେକ୍ଟର ଅର୍ପିତାରାଣୀ ସାହୁ, ଏଏସଆଇ ବିଦ୍ୟାଧର ପ୍ରଧାନ, କନେଷ୍ଟବଳ ପ୍ରସନ୍ନ କୁମାର ସେଠୀ, ନୀଳରୋହିତ ମଲ୍ଲିକ, ପ୍ରତ୍ୟୁଷ ରଞ୍ଜନ ଦେହୁରୀ, ପ୍ରହଲ୍ଲାଦ ପ୍ରଧାନ ଓ କୁମାରୀ ଭାରତୀ ବରାଡ଼ ପ୍ରମୁଖ ଏହି ରେଡରେ ସାମିଲ ହୋଇଥିଲେ ।





