Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚଢାଉ କରି ଗଞ୍ଜେଇ ସିଜ୍ କଲା ପୋଲିସ

by ସଞ୍ଜୟ ସ୍ୱାଇଁ
February 12, 2025
in Crime, State
ଚଢାଉ କରି ଗଞ୍ଜେଇ ସିଜ୍ କଲା ପୋଲିସ
57
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ଗାଡ଼ି ଛାଡ଼ି ମାଫିଆ ଫେରାର । ଅପରେସନ ଗ୍ରୀନ୍‌ କ୍ଲିନ୍‌ ମାଧ୍ୟମରେ ଗଞ୍ଜେଇ ଧରିବାରେ ବୌଦ୍ଧ ପୋଲିସକୁ ମିଳିଛି ସଫଳତା । ମାଫିଆ ଫେରାର ହୋଇଯାଇଥିବା ବେଳେ ଗାଡିରେ ଥିବା ସମସ୍ତ ଗଞ୍ଜେଇକୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ, ବୌଦ୍ଧ ବଘିଆପଡ଼ା ଫାଣ୍ଡି ପନ୍ଥେଇ ଛକ ନିକଟରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଲାଗି ଗଚ୍ଛିତ କରି ରଖାଯାଇଥିଲା । କୌଣସି ସୁତ୍ରରୁ ଖବର ପାଇ ଥାନା ଅଧିକାରୀ ରଞ୍ଜିତ ମୁନିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଚଢାଉ ଲାଗି ପୋଲିସ ଆସୁଥିବା ଦେଖି ମାଫିଆମାନେ ଘଟଣାସ୍ଥଳରେ ଗାଡ଼ି ଛାଡି ଫେରାର ମାରିଥିଲେ । ପୋଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲା । ଶେଷରେ ମାଫିଆ ଛାଡିଯାଇଥିବା ୨ ହଜାର ୭୨୦ କେଜି ଗଞ୍ଜେଇକୁ ଜବତ କରିଛି ପୋଲିସ । ଯାହାର ମୂଲ୍ୟ ୨ କୋଟି ୭୦ ଲକ୍ଷ ବୋଲି ଅନୁମାନ କରାଯାଉଛି । ତେବେ ଗତ କିଛି ଦିନ ହେବ ବୌଦ୍ଧ ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜରିଆରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜବତ କରୁଛି । ହେଲେ ମାଫିଆଙ୍କୁ ଧରିବାରେ ସଫଳ ହେଉନାହିଁ ପୋଲିସ । ଯାହାକି ପୋଲିସର କାର୍ଯ୍ୟସୂଚୀ ଉପରେ ପ୍ରଶ୍ନ ଉଠାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!